ଷଠିଘର
ଷଠିଘର
ଏନ୍ତୁଡ଼ି ଶାଳ ରେ ଶିଶୁ ଜନମ ର
ଷଷ୍ଠ ଦିବସ ରେ
ହୋଇ ଥାଏ ଷଠିଘର
ପଞ୍ଚୁଅତି ପୂଜା ପାଠ ସହ ଷଠି
ଦେବୀ ପୂଜା ସେଠି
କରନ୍ତି ସେ ହି ଠାବ ର ।
ଶିଶୁ ସୁମଙ୍ଗଳ ପାଇଁ ଷଠି ମାତା
ଉପାସନା ବିଧି କରି
ଥାନ୍ତି ଶୁଭାଶିଷ ଦେଇ
ଭବିଷ୍ୟ ଜୀବନେ ଯତନ
ରେ ତାକୁ ବୃଦ୍ଧି ନିମନ୍ତେ ପ୍ର।ଥନା
ସାଥେ ସାଥେ କେତେ ଖୁସି ।
ହୋଇ ଥାନ୍ତି ସର୍ବେ ଶିଶୁ ଭବିଷ୍ୟତ
ଜାତକ ହୁଏ ତିଆରି
ସିନ୍ଧୂର , ହଳଦୀ , ଥୋଇ
ମଉଜ ଭିତରେ ଉତ୍ସାହ ଶକତି
ପ୍ରେରଣା ସାହସ ସହ
ଚେତନା ଜାଗ୍ରତ ପାଇଁ ।
ଏଇ ଘର ଠାରେ ଜନ୍ମିତ ଶିଶୁର
ପରିବାର ବର୍ଗ ମିଳି
ବିଧି ବିଧାନ ରେ ପାଳି
ଘର ର କାନ୍ଥ ରେ ଜେଜେମା
ମାଟି ରେ ଷଠି ଦେବୀ ଚିତ୍ର ଆଙ୍କି
କଉଡ଼ି ତହିଁ ରେ ପୋତି ।
କେତେ ଆଦର ଓ ଶ୍ରଦ୍ଧା ଅଜାଡ଼ିଣ
ଦିଅନ୍ତି ଶିଶୁ ଙ୍କ ପ୍ରତି
ଏଇ ଘର ଷଠି ଘର
ପୂଜା ଆୟୋଜନ କରି ଥାନ୍ତି
ଥୋଇ ନାନା ଫୁଲ ଫଳ ମୂଳ
ମିଠା ଦ୍ରବ୍ୟ ର ସମ୍ଭାର ।
ଆମ ସଂସ୍କୃତି ରେ ପ୍ରସିଦ୍ଧ ହୋଇ
ଏ ଖ୍ୟାତି ଲାଭ କରି ଥିଲା
ଷଠିଘର ପୂଜା ବିଧି
ପାଶ୍ଚାତ୍ୟ ସଭ୍ୟତା ସଂସ୍କୃତି
ପ୍ରଭାବେ ଆଜି ଏ ପବିତ୍ର ନୀତି
ଏବେ ଗଲା ଲୋପ ପାଇ ।
