Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

ମାତା କାତ୍ୟାୟନୀ

ମାତା କାତ୍ୟାୟନୀ

1 min
168



ଜୟ ଜୟ ଜୟ ମାଲୋ କାତ୍ୟାୟନୀ

ସନ୍ତlପ ନlଶିନ ତୁହି ଲୋ ବର ଦାୟିନୀ ।

ନମସ୍ତେ ନମସ୍ତେ ମାଲୋ କାତ୍ୟାୟନୀ

ଷଷ୍ଠ ଦିବସ ରେ ପୂଜା ଥାଉ ଘେନି ।

ଅଗ୍ନି ପ୍ରାୟ ଦିବ୍ୟ ମୟୂଖେ ମଞ୍ଜୁଳା

ଅଙ୍ଗ ରୁ ତୋ ଝରେ ଆଲୋକ ର ଧାରା ।

ଦେବୀ ଦୁର୍ଗା ଙ୍କର ଅନ୍ୟ ତମ ରୂପ

ଭାବେ ତୋତେ ପୂଜା କରି ଥାନ୍ତି ଲୋକ ।

ତୋ ସେବାରେ ମିଳେ ଚଉ ବର୍ଗ ଫଳ

ଦୁଃଖ , ଶୋକ, ଭୟ , ସଂତାପ , ନିର୍ମୂଳ ।

ଭକ୍ତି ଭରେ ପୂଜା କରେ ଯିଏ ତୋର

ଅଶେଷ ଦୁରିତ ଛେଦୁ ତୁ ତାହାର ।

ଶୁଭ୍ର ଅରବିନ୍ଦ ଖଡଗ କର ରେ

ଡାହାଣ ହାତକୁ ଆଶିଷ ମୁଦ୍ରାରେ ।

ଶୋଭାଇ ବସିକି ଶାର୍ଦ୍ଦୂଳ ବାହନେ

ଆଗମନ କରୁ ନବ ରାତ୍ରୀ ଦିନେ । 

ନମୋ ନମଃ ଆଗୋ ମାତ କ।ର୍ତ୍ୟ।ୟିନୀ

ତୁହି ଲୋ ଅମୋଘ ଫଳ ପ୍ରଦାୟିନୀ ।

ବରଦ ଅଭୟ ମୁଦ୍ରା ରେ ଶୋଭିତ

ହେଉ ଥାଏ ମାଲୋ ତୋ ଦକ୍ଷିଣ ହସ୍ତ ।

ବାମ ଉର୍ଦ୍ଧ ହସ୍ତେ ଖଡଗ ଉଜ୍ଜ୍ବଳ

ଶୋଭିତ ତୋ ନିମ୍ନ ହସ୍ତରେ କମଳ ।

ଧରି ସିଂହ ପୃଷ୍ଠେ ତୁ ବିରାଜ ମାନା 

ପୂର୍ଣ୍ଣ କରୁ ଭକ୍ତ ଜନ ଙ୍କ କାମନା । 

ନମସ୍ତେ ନମସ୍ତେ ନମଃ କାତ୍ୟାୟନୀ

 ନମସ୍ତେ ନମସ୍ତେ ଲୋ ସିଂହ ବାହିନୀ ।

ବେଲ ବରଣୀ ତିଥିରେ ଆବାହନୀ

ହୁଅଇ ତୋର ଲୋ ଶାର୍ଦୂଳ ବାହିନୀ ।

ଷଡ଼ ରିପୁ ନାଶି ଲୋ ତୁ ଚତୁର୍ଭୁଜା

ଷଷ୍ଠ ଦିବସ ରେ ଲଭୁ ମା ଗୋ ପୂଜା ।

ଗୈରିକ ଅମ୍ବରେ ଉଜ୍ଜ୍ବଳେ ଶୋଭିତ।

ନମୋ କାତ୍ୟାୟନୀ ନମଃ ଆଦି ମାତା ।

ଦ୍ଵାପର ଯୁଗରେ ତୋତେ ବ୍ରଜ ବାଳି

 ଶୋଡଶୋପଚାରେ ପୂଜି ଥିଲେ ମିଳି ।

ତୋ କୃପାରେ କୃଷ୍ଣେ ପତି ଭାବେ ବରି

ମୁକତି ଲଭିଲେ ଦୟା ରେ ତୋହରି ।

ବୃନ୍ଦାବନେ ନାନା ରାସ ବିରଚିଲେ

ବୃନ୍ଦାରକ ବୃନ୍ଦେ ତୋତେ ଆରାଧିଲେ ।

ଧନ୍ୟ ଆଲୋ ମାତ ତୁହି କାତ୍ୟାୟନୀ

କାତ୍ୟାୟନ ଋଷି ଙ୍କର ତୁ ନନ୍ଦିନୀ ।

ଭକ୍ତି ପୂତ ନମସ୍କାର ଶ୍ରଦ୍ଧା ଘେନି

ପ୍ରଣମଇ ପଦେ ନମସ୍ତେ ଜନନୀ ।

ଅଜ୍ଞାନ ନାଶିନୀ ଦିବ୍ୟ ଭାବ ଦାୟୀ

ନମୋ କାତ୍ୟାୟନୀ ଘେନ ମୋ ଦୟିନି ।



Rate this content
Log in

Similar oriya poem from Romance