STORYMIRROR

Sunanda Mohanty

Abstract Action Others

3  

Sunanda Mohanty

Abstract Action Others

କାହିଁକି ଜାଣିନି

କାହିଁକି ଜାଣିନି

1 min
186


ଲୁହ ନଦୀ ସବୁ ସମୁଦ୍ରରେ ମିଶିଗଲା ପରେ

ଲୁଣିଆ ହୋଇ ସମୁଦ୍ର ପାଣିଆ ହୋଇଗଲା

ଦିନେ ଯେବେ ଲୁହ ସବୁ ଫେରିବାକୁ ଚାହିଁଲେ

ସମୁଦ୍ର ଜୁଆରିଆ ହେଲା

ପ୍ରେମ କଲା ମନ ଦେଲା

ଶାମୁକା ହୀରା ଲିଳା ମୋତି ମାଣିକ ପରଶିଲା

ପୁଣି ମନ ଭାଙ୍ଗିଯିବା ପରେ ଭଟ୍ଟା

କୂଳରେ ଢେଉ ଭିତରେ ଲୁଣା ନଦୀମାନେ

ଯେତେ କୋଡ଼ି କଚାଡି କାନ୍ଦିଲେ ବି

ନିସ୍ତାର ନଥିଲା ଲୁଣ ସବୁ କଠିନ ଅବସ୍ଥାରେ ନଥିଲେ

ଫେରିଯିବାକୁ ରାସ୍ତା ବନ୍ଦ ଥିଲା

କୋଉ ଆକର୍ଷଣ ତାଙ୍କୁ ସମୁଦ୍ରରେ ମିଶାଇଲା

ଭାବୁଥିଲା ବେଳେ

କିଏ ତିଳ ତର୍ପଣ ପାଇଁ

କିଏ ଅସ୍ଥି ବିସର୍ଜ୍ଜନ ଦେଇ.

କିଏ ସମୁଦ୍ର ଜଳ ତୁଣ୍ଡେ ଦେଇ

କିଏ ରିଷ୍ଟ କାଟିବାକୁ ସମୁଦ୍ର ପାଣିସବୁକୁ

ଗର୍ଭସ୍ଥ କଲାବେଳେ ଲୁଣା ନଦୀମାନେ

ରହି ରହି କହୁଥିଲେ

ସ୍ବସ୍ତି ସ୍ବସ୍ତି ଅସ୍ତି ଅସ୍ତି ପ୍ରଶାନ୍ତି ଯୁଗପତ ପ୍ରାପ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract