Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Inspirational

3  

Satyanarayan Sahoo

Action Classics Inspirational

ଭଜୁଛି ଭଜିବି ପ୍ରଭୁ ତୁମରି ନାମ

ଭଜୁଛି ଭଜିବି ପ୍ରଭୁ ତୁମରି ନାମ

1 min
132



ଭଜୁଛି ଭଜିବି ପ୍ରଭୁ ତୁମରି ନାମ

ମନ ମନ୍ଦିର ରେ କରୁ ଥିବି ପ୍ରଣାମ

ଆଗକୁ ପଡ଼ିବ ଯେତେ ଯାହା କଷଣ

ସହିବି ସବୁକୁ କରି ହୃଦୟ ଟାଣ ।

ଗଭୀର ଭକ୍ତିର ଶକ୍ତି ସ୍ରୋତ ଧାର ରେ

ପୁରି ଉଠେ ଚିତ୍ତ ମୋର ଅନୁରାଗ ରେ ।

ମାୟା ମରୀଚିକା ଖେଳ ଘର ଏ ଭବ

ମାୟା ମୃଗ ତୃଷ୍ଣା କ୍ଷତ କରେ ସଦ୍ଭାବ ।

 ଆକର୍ଷଣ କାରୀ ଏ ବିଷୟ ବାସ୍ନା ରେ

ଭୁଲି ଯିବି ନାହିଁ ପ୍ରଭୁ ତୁମକୁ କେବେ ।

ତୁମରି ପ୍ରେମରେ ଚିତ୍ତ ବୃତ୍ତି ସତତ

ଚଳାଇ ରଖିବି ଆହେ ପ୍ରଭୁ ଅନନ୍ତ ।

ଦୟାମୟ ପ୍ରଭୁ ତୁମେ ଭକ୍ତ ବତ୍ସଲ

ଦୁଃଖ ଦୁଦ୍ଧଶା ରୁ ଭକ୍ତେ କର ଉଦ୍ଧାର ।

ତୁମ ରି ନାମ କୁ ଧ୍ୟାନ କରି ଜୀବନେ

 ପବିତ୍ର ଉତ୍ସାହ ଧରି କାର୍ଯ୍ୟ ସାଧନେ ।

କୃତକୃତ୍ୟ ହେଇ ଯାଉ ମୋର ଜୀବନ

ଭଜୁ ଥିବି ନିତି ହରେ ରାମ କିଶିନ । 

ଆହେ ଦୟାମୟ ପ୍ରଭୁ ଚକା ନୟନ

ତୁମରି ଭାବ ରେ ମନ ରହୁ ମଗନ ।

ହରି ନିଅ ଦୁଃଖ ଶୋକ କୋହ କଷଣ

ଅଶାନ୍ତି ଦୁଶ୍ଚିନ୍ତା ଯେତେ ବିପାକ ମାନ ।

ନୂତନ ଭାବନା ସ୍ବପ୍ନ ଜାଗୁ ମନ ରେ

ବାଜୁ ତୁମ ପ୍ରେମ ପ୍ରୀତି ନିତି ଅନ୍ତରେ ।

ତୁମରି ପ୍ରେମରେ ଚିତ୍ତ ହେଉ ବିହ୍ୱଳ

ତୁମ ପ୍ରୀତି ସ୍ରୋତ ଧାର କରୁ ପାଗଳ ।

ଦୁଖେ ସୁଖେ ସବୁ ବେଳେ ତୁମ ଭାବ ରେ

ଥିବି ନିତି ନିତି ମନ ଉଲ୍ଲାସ ଭରେ ।

ମାଗଇ ଏତିକି ମୁଁହି ତବ ଛାମୁ ରେ

ଅନ୍ୟ କାମନା ନାହିଁ ମୋର ମନ ରେ ।



Rate this content
Log in

Similar oriya poem from Action