STORYMIRROR

Satyanarayan Sahoo

Action Inspirational

3  

Satyanarayan Sahoo

Action Inspirational

ଯୁବକ

ଯୁବକ

1 min
159


ଯୁବ ଶକତି ହିଁ ଅଟେ ଦେଶ ମେରୁଦଣ୍ଡ

ନାନା ବିଦ୍ଧ କର୍ମେ ରତ ରହି ଯେ ପ୍ରଚଣ୍ଡ ।

ଶକତି ଉତ୍ସାହ ନିଷ୍ଠା ବୁଦ୍ଧି ବୃତ୍ତି କର୍ମେ

ସୁସମୃଦ୍ଧ କରେ ଦେଶ , ଦଶ ହିତକାମେ ।

ରତ ରହି ଥାନ୍ତି ସଦା ଯୁବକ ସମୟେ

ସମାଜ , ସଭ୍ୟତା , ଦେଶକୁ ଆଗେଇ ନିଏ ।

ଯୁବକଙ୍କ ଠାରୁ , ବ୍ୟକ୍ତି ସମାଜ ଆହ୍ଵାନ

ନବ ନବ ମାର୍ଗ ଦିଶାର ଅନୁସନ୍ଧାନ ।

ସହିତ ବହୁତ ତର ପ୍ରକୃଷ୍ଟ କୌଶଳ

ଆଶା ଓ ଅଭିପ୍ସା ପାଇଁ ଥାଏ ଚିର କାଳ ।

କିନ୍ତୁ ଆଜି ଯୁବ ଶକ୍ତି ଭୋଗ ଆସକ୍ତି ରେ

ମାତି ରହି ଲିପ୍ତ ହୋଇ ନାନା ଦୁର୍ନୀତି ରେ ।

କରୁଛନ୍ତି ସେ ଅନେକ କ୍ଷତି ସମାଜ ର

ନିଶା ପାନ ବ୍ୟଭିଚାର ପାଇଁ ଯୁବକ ର ।

ସାମାଜିକ ଦାୟିତ୍ଵ ଯେ ପାଇ ଚାଲେ ହ୍ରାସ

ବୃଦ୍ଧି ପାଏ ଦୁର୍ନୀତି ଓ ପ୍ରିୟା ପ୍ରୀତି ତୋଷ ।



Rate this content
Log in

Similar oriya poem from Action