Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

ନମୋ ନମୋ କାଳ ରାତ୍ରୀ

ନମୋ ନମୋ କାଳ ରାତ୍ରୀ

1 min
156



ନମସ୍ତେ ଚାମୁଣ୍ଡେ ଚଣ୍ଡୀ ନମୋ କାଳ ରାତ୍ରୀ

ଛାଗଳ ବାହନ ପୃଷ୍ଠେ ଆସୁ ବିଜେ କରି ।


ନମୋ ନମଃ କାଳ ରାତ୍ରୀ ମହା ଭୟ ଙ୍କରୀ

ଗର୍ଦ୍ଧଭ ବାହିନୀ ତୁ , ଲୋ ମହା ଯୋଗେଶ୍ୱରୀ ।


ନମସ୍ତେ ନମସ୍ତେ ମାତ କରାଳ ବଦନୀ

ଉନ୍ମୁକ୍ତ କୁନ୍ତଳା ନମୋ , ବିକଟ ଦଶନୀ ।


ମହାଶକ୍ତି , ପରାଶକ୍ତି ଠାରୁ ତୁହି ଜାତ

ନମୋ ନମଃ ଗୋ ଜନନୀ ନମୋ ଆଦି ମାତ ।


ମନ୍ଦାର ମାଳିନୀ ନମଃ ନମୋ ଗୋ ଜନନୀ

କାଳ ରାତ୍ରୀ , ନମୋ ନମଃ ବିପୁଳ ଜଘନୀ ।


ନିଦ୍ରା ରୂପା , ନମୋ ନମଃ ମହା ମାହେଶ୍ୱରୀ

ପାପ ତାପ , ସଂହାରିଣୀ , କଲ୍ୟାଣ କାରିଣୀ । 


ନମୋ ନମଃ କାଳୀ, ମହା ମାହେଶ୍ୱରୀ ମାତ

 ଆଗୋ ନବ , ଦୁର୍ଗା ଭାବେ , ତୁହି ପରିଚିତ ।


ନମଃ ନମଃ କାଳ ରାତ୍ରୀ ନମୋ ମହାମାୟୀ

ତୁ ଲୋ ଦିବ୍ୟ ଶକ୍ତି ଦାତ୍ରୀ ଅଭୟ ଦାୟିନୀ ।


ନମସ୍ତେ ନମସ୍ତେ ମାତ କରାଳ ବଦନୀ

ଉଜ୍ଜ୍ବଳ କଜ୍ଜଳ ନାଇ ତୋ ଆଖି ଶୋଭିନୀ ।


ତୋର ଭକ୍ତି ପ୍ରଭାଵ ରେ ଅସାଧ୍ୟ ସାଧନ

ଭକତେ ପ୍ରଦାନ କରୁ , ବହୁ ଧନ ଜନ ।


ନମୋ ନମଃ ଶ୍ୟାମା ଆଦ୍ୟା ଶକ୍ତି ନମୋ ନମଃ

ବରଦ , ଆଶିଷ ଦାୟୀ ମୁଦ୍ରାରେ ଶୋଭନ ।


ତୋ ଦକ୍ଷିଣ କର ଦ୍ବୟ ସଜାଇ ଥାଉ ତୁ

ଅନ୍ୟ କରେ , କୁନ୍ତ , ଖଡ୍ଗ ଧରି ମୁଣ୍ଡ କାଟୁ ।


ଚତୁର୍ଭୁଜ। ତୁହି ଲୋ ମା ' ମହା କାଳ ରାତ୍ରୀ

ଭକତ ଜନଙ୍କୁ ସଦା ତୁ ଅଭୟ ଦାତ୍ରୀ ।


ନବ ନିଶ କୁନ୍ତ , ଖଡ୍ଗ , ଖପର୍ପର ଶୋଭିନୀ

ନମୋ ମା ଲୋ କାଳ ରାତ୍ରୀ ଅଭୟ ଦାୟିନୀ ।


ଝୁଣା ଧୂପ , ଗୁଲ୍ଗୁଳ ରେ ତୋ ର ଭାରି ଶ୍ରଦ୍ଧା

ନବ ରାତ୍ରୀ ଉପାସିତl ସିଦ୍ଧ ମହା ବିଦ୍ୟା ।


ମହା ଶକ୍ତି , ମହା ମାୟି , ନମୋ ଗୋ ଜନନୀ

ନମୋ ନମଃ କାଳ ରାତ୍ରୀ ଅଜ୍ଞାନ ନାସିନୀ ।


ନମୋ ଲୋ କାଳିକା , ମହା ମାୟି ଧୂମପଣ୍ଣା

ମହା ମାହେଶ୍ୱରୀ ମାତ ,ନମୋ ଧୂମ ବର୍ଣ୍ଣ। ।



Rate this content
Log in

Similar oriya poem from Romance