Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Action Inspirational

3  

Satyanarayan Sahoo

Romance Action Inspirational

ବିବାହ

ବିବାହ

1 min
187



ବିବାହ ଅଟଇ ପବିତ୍ର ସମ୍ପର୍କ

ଏକ ର ଆରେକ ପ୍ରତି

ଶୁଭ ପରିଣୟ ପରେ ସେ ଉଭୟ

ହୋଇ ଥାନ୍ତି ପତି ପତ୍ନୀ ।

କେତେ ମଧୁମୟୀ ଆବେଗେ ପ୍ରଣୟୀ

ହୁଅନ୍ତି ପ୍ରାଣେ ବିହ୍ୱଳ

କିଶୋର କିଶୋରୀ ବୟସେ ଜlଗଇ

ରୋମାଞ୍ଚ ଓ କୌତୁହଳ ।

ଜୀବନ ର ପଥେ ସେ ପ୍ରତି ମୁହୂର୍ତ୍ତେ

ତୋଳେ ନବୀନ ସ୍ପନ୍ଦନ

ବିବାହ ବୟସେ ଦେହେ ମନେ ଜlଗେ

ଅଭିନବ ଉଦ୍ଧିପନ ।

ଆଶା ଭରସା ଓ ଆଶଂକା ସପନ

ଉକୁଟାଇ ଜନ ମନେ

ଛନ୍ଦି ଦେଇ ଥାଏ ଦୁଇଟି ପ୍ରାଣ କୁ

ଏଇ ସଂସାର ବନ୍ଧନେ ।

ଶୁଭ ମାଙ୍ଗଳିକ ଅନୁଷ୍ଠାନ ଟିଏ

ହୁଏ ଉତ୍ସବ ମୁଖର

ବନ୍ଧୁ ବାନ୍ଧବ ଓ ସାଙ୍ଗ ସାଥୀ ମେଳ

ଭୋଜି ଭାତ ମଉଜ ର ।


Rate this content
Log in

Similar oriya poem from Romance