STORYMIRROR

Nayana Kumar Mohanta

Romance

4  

Nayana Kumar Mohanta

Romance

ଦୂର ଆକାଶ

ଦୂର ଆକାଶ

1 min
360


ଦେଖ ପ୍ରିୟେ--

ଦୂର ଆକାଶରେ ବିହଙ୍ଗ ଦମ୍ପତି

ସାୟନ୍ତନ ସୂନେଲୀ କିରଣେ ପକ୍ଷ-ମାଜି

ଅଙ୍ଗେ-ଅଙ୍ଗ ଘୋସି ଉଡ଼ନ୍ତି ଆକାଶେ

କେବେ ବିନ୍ଦୁ ଦୁଇ, କେବେ ଏକ ବିନ୍ଦୁ ଦିଶେ,

ଦୁଇ-ଦେହ କିବା ଏକ ହୋଇ ମିଶେ,

ଜନ-କୋଳାହଳ ଠାରୁ ଦୂରେ ବହୁ ଦୂରେ

ଆକାଶର ପୁଙ୍ଗୁଳା-ବୁକୁରେ,

ବିସ୍ମରିଣ ବୁଭୁକ୍ଷାର ଚରମ ଦହନ

ଆଗତ-ପ୍ରଭାତେ ପୁଣି ଖାଦ୍ୟ ଅନ୍ୱେଷଣ,

ଅନିଶ୍ଚିତ ବାସ-

ହୁଏତ କେଉଁ ଅଜ୍ଞାତ ବୃକ୍ଷର ଶାଖା

ଅବା କେଉଁ କାଶତଣ୍ଡି ଘାସର ନୀଳୟ,

ମାନ-ସରୋବର ଅବା ବାରିଧିର କୂଳ,


ଅର୍ବାଚୀ ଆକାଶେ ଦେଖ ରକତ ଅବୀର

ଧରା ଧାମେ ହାଉ-ଯାଉ ମଣିଷ ଗହଳ,

ସ୍ତିମିତ ହେଲାଣି ଦେଖ ଏବେ ଦିବାଲୋକ,

ନଗରେ ଗ୍ରାମରେ ଜଳେ ବିଜୁଳି ଆଲୋକ,

ଉଜ୍ୱଳ ଆଲୋକ ଛିଟା ତୁମ ଚିବୁକରେ,

ଚୁମ୍ବନ ଆଙ୍କିବି କହ କେଉଁ ସାହସରେ,

ଆଲୋକ ବିଛାଡି ଆସେ ଶହ ଶହ ଯାନ,

ଦୂରେ ଯିବା ଚାଲ ନକର ଗୋ ଅଭିମାନ,

ଚୁମିବି ଓଠ ତୁମର ଏକାନ୍ତ ବିଜନେ,

ଭାଷା ପଢ଼ି ପାରୁଥିବି ହୃଦୟ ଷ୍ପନ୍ଦନେ,

ରଚିବି ସେଇଠି ଶତ କଦମ୍ବର ରାସ,

ବନ-ଫୁଲେ ସଜାଇବି ତୁମ କେଶ-ପାଶ,

କାହିଁ ସେଇ ବିଜନତା ଗୁଞିତ ଭ୍ରମର,

ପତ୍ର-ଝରି ଶୁଭେ ଯହିଁ ଶବଦ ମର୍ମର....

 କୁହ କୁହ ହେ ଈଶ୍ୱର...????

       






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance