STORYMIRROR

Prasanta Kumar Behera

Romance

4  

Prasanta Kumar Behera

Romance

ନିର୍ମୋହ ଚୁମ୍ୱନ

ନିର୍ମୋହ ଚୁମ୍ୱନ

1 min
285


ଆଗୋ ବବିତା 

ଜବାରଙ୍ଗୀ ନିହାରିକା

ତୁମ ନୟନେ ଲପନେ

ଫୁଟି ଉଠିଥିଲା

ତୁମ ଭାବ ବଗିଚାର ଫୁଲ

ସେ ଫୁଲର ସୌରଭେ

ପୁଲକିତ ମୁହିଁ

ପବିତ୍ର ଶ୍ରଦ୍ଧାରେ

କଂପିତ ମୁଦ୍ରାରେ

କରି ଦେଲି ଥରେ ଗେଲ ।


ଆଗୋ କବିତା

ମୋ ପ୍ରେମିକା

ମୁଁ କି ଜାଣିଥିଲି 

ମୋର ସେଇ

ନିର୍ମୋହ ଚୁମ୍ୱନ

ତୁମ ଦୃଷ୍ଟିରେ 

ଧୃଷ୍ଟତାରେ ଗଣାହେବ

ଜାଣିଥିଲେ ଅବା

ମୁଦି ରଖିଥାନ୍ତି

ମୋ'ର ଅାତ୍ମା ସିନ୍ଦୁକରେ

ମୋ'ର ଏ କୋମଳ ଭାବ ।


******


Rate this content
Log in

Similar oriya poem from Romance