STORYMIRROR

Puspanjali Panda

Romance

5.0  

Puspanjali Panda

Romance

ମନେପଡ଼ ବେଶି

ମନେପଡ଼ ବେଶି

1 min
126


ବର୍ଷା ଭିଜା ଏ ନିସଙ୍ଗ ସଂଧ୍ୟା

ଶୁନଶାନ୍ ଖାଅଁ ଖାଁଆ ଲାଗେ

ଝରି ଝରି ସରି ଯିବା ଆଗରୁ

ସାଥୀ ତୁମ ସଙ୍ଗ ଟିକେ ମାଗେ

ସବୁକଥା ସତେ କଣ ଆମର ସରିଛି!

ଜଣା ତ ପଡିନି ଜମାକେବେ

ଲମ୍ବା ରାସ୍ତା ସରିଆସିଲାଣି

କିଛି କଥା ବାକି ବି ରହିଛି।

ଅଳସଅବସ ଦେହ ବେଳେବେଳେ ଭଲ

ଆହା ପଦେ ତୁମ ଓଠ କହେ

ପ୍ରେମ ଫ୍ରେମ ଥାଉ ବା ନଥାଉ

ଲାଗିରହେ ଗହଳ ଚହଳ।

ବର୍ଷା ଭିଜାଏ ମନ ଆଖି ବି ଭିଜୁଛି

ତୁମେ ମନେପଡ ବେଶି ବେଶି

ଓଦାଓଦା ଆଖି ପତା ଭଲପାଅ ବୋଲି

ଏଯାଏ ଏ ବର୍ଷା ବି ବର୍ଷୁଛି।

ଅନ୍ତରଙ୍ଗ ନଥାଇ ବି ଅନ୍ତରଙ୍ଗ ତୁମେ

ସଂସାରର ଡୋର ବାନ୍ଧି ନାହିଁ

ସୁଖ ଦୁଃଖ ତୁମ ସହ ବାଣ୍ଟି ନାହିଁ ସତ

ଏ ସଂସାର ଟା ସବୁ ତୁମ ନାମେ


Rate this content
Log in

Similar oriya poem from Romance