STORYMIRROR

Sunita Barik

Romance

4  

Sunita Barik

Romance

ନିରୋଳା ପ୍ରେମ

ନିରୋଳା ପ୍ରେମ

1 min
320

ଦିନେ ଅଧା ରାସ୍ତାରେ

ଭେଟ ହେଲା

ପ୍ରେମର ପ୍ରେମ ସହିତ

ଆଖିରେ ଆଖି ମିଶିଲା

କିଛି ନୀରଵତାର

ଆସ୍ତରଣ ଜମିଲା

ପରେ ପରେ ଶୀତଳ ପବନରେ

ପ୍ରେମର ବାସ୍ନା ଛୁଟିଲା

ପ୍ରେମ କହିଲା ପ୍ରେମକୁ

ଚାଲ୍ ଟିକେ

ନିରୋଳା ରେ ପ୍ରେମ କରିବା

ପ୍ରେମର କଥା ଶୁଣି

ପ୍ରେମ ଅଳ୍ପ ଲାଜେଇ ଗଲା

ଆଉ କହିଲା

ହେଲେ କୋଉଠି କି ଯିବା?

ପ୍ରେମ କହିଲା

ନ‌ଈପଠା ନହେଲେ ଝାଉଁଵଣ।

ଯଦି ଭଲ ନ ଲାଗେ

ସମୁଦ୍ର କୂଳରେ ଟିକେ

ହାତକୁ ହାତ ଛନ୍ଦି ଵୁଲି ଆସିବା।

ଏ କଥା ଶୁଣି

ପ୍ରେମ କହିଲା

ଧେତ୍ ଏ ସବୁ ତ ପୁରୁଣା ହେଲାଣି

କିଛି ନୂଆ ଠିକଣା କହୁନା

ଯୋଉଠି ଖାଲି ତମେ ଥିବ

ମୁଁ ଥିଵି ଆଉ ପ୍ରେମ ହିଁ ପ୍ରେମ ଥିବ

ଅବିଶ୍ୱାସ, ଛଳନାର ଲେଶ ମାତ୍ର

ସ୍ଥାନ ନ ଥିବ

ପ୍ରେମ କହିଲା ତାହେଲେ ଚାଲ୍

ଆମେ ରାସ୍ତା କଡେ ଠିଆ ହୋଇ

ଗୋଟେ କପ୍ ଚା କୁ ଅଧା ଅଧା ପିଇବା

ବଗିଚାରେ ଵୁଲି ଛିଟ ପ୍ରଜାପତି ଧରିବା

କିଛି ଅଜଣା କ‌ଅଁଳ ପିଲାଙ୍କ ସହ

ସମୟ କାଟିବା

ରାସ୍ତାରେ ବୁଲୁଥିବା ନିରୀହ

ପଶୁମାନଙ୍କୁ ଟିକେ

ଆତ୍ମୀୟତା ବାଣ୍ଟିଵା

ଆଉ ଚାଲି ଚାଲି ଥକି ଗଲେ

ବରଗଛ ମୂଳେ ଟିକେ

ଥକ୍କା ମେଣ୍ଟିଵା

ଝାଳ ସରସର ମୁହଁକୁ

କିଛି ତୁ କିଛି ମୁଁ

ମିଶି ପୋଛିବା

ଅଚାନକ ଯଦି ଅଦିନିଆ ମେଘଟା

ଆସି ଵରଷିଯାଏ

କିଛି ତୁ କିଛି ମୁଁ

ଦୁହେଁ ମିଶି ଭିଜିବା

କଣ କହୁଚୁ!

ଚାଲ୍ ଦୁହେଁ ନିରୋଳାରେ

କିଛି ଖୁସି କିଛି ପ୍ରେମ ବାଣ୍ଟିଵା..

ଚାଲ୍ ସଭିଙ୍କୁ ଲୁଚି ଟିକେ

ନିରୋଳାରେ ପ୍ରେମ କରିବା.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance