STORYMIRROR

SUNIL KUMAR Mallick

Romance

4  

SUNIL KUMAR Mallick

Romance

ତୋ ପାଇଁ କିଛି କଥା

ତୋ ପାଇଁ କିଛି କଥା

1 min
312


ସମୟକୁ ପାଟିର ଫୁତ୍କାରରେ ପାଣି ଫୋଟକା ପରି ବିଦାୟ ଦେଲାବେଳେ ତୁ ଫୁଲେଇ ହେଇ ଚାଲି ଆସୁ ମୋ ପାଖକୁ ଏକ ନୀଳ ରଙ୍ଗର ଶାଢୀରେ

ବିଲକୁଲ ଏକ ରାଣୀର ବେଶରେ ।


ତୋ ଅସଜଡା କେଶ କେରାକ ଅଝଟିଆ ଲତା ପରି 

ଛୁଇଁ ଯାଆନ୍ତି କୋମଳ ଚିବୁକ


ଯେଉଁଠି ଆଜନ୍ମ ଉଙ୍କି ଉଠେ 

ମତେ ବାର ବାର ଆନମନା କରୁଥିବା 

ଭିନ୍ନ ଏକ ନକ୍ସା ଚିତ୍ର ।


କିଛି ନ କହି ବି ଅନେକ କିଛି 

ବୟାନ କରୁଥିବା ତୋ ଆଖି 

ମୋ ପାଇଁ କୌଣସି ଅଶାନ୍ତ ସାଗରଠୁ ବି କମ୍ ନୁହେଁ 


ଯେଉଁଠି କେବଳ ଆଉ କେବଳ 

ତୁ ନୁହଁ ମୁଁ ଚାହିଁଲେ ଆଶେ ଜୁଆର 

ଆଉ ମୁଁ କହିଲେ ପଡେ ଭଟ୍ଟା । 


ତୋ ସେ ଗୋଲାପକୁ ପଛରେ ପକାଇ 

ପ୍ରଥମ ସ୍ଥାନ ପାଇଥିବା ଅଧର 

କିଛି ନ ହେଲେ ବି ସୁନ୍ଦରୀ 

ଫୁଲ ମାନଙ୍କୁ କିଛି କ୍ଷଣ ଜାଳିବାରେ 

ତତ୍ପର 


ଯେମିତି ମୁଁ ଜଳେ ତୁ ଜଳାଉ 

କେବେ ମୋ ନା କୁ ତୋ ଅଧରେ 

ଆଉ କେବେ ମୋ ହାତକୁ ତୋ ବାହୁରେ । 


ତୋ ଅସହଜ ପ୍ରେମକୁ ପାଇବାକୁ 

ସେ ଦିନ ମୁଁ ଲଢିଥିଲି ପ୍ରେମର ନିର୍ବାଚନ 

ଆଉ ଭରି ଥିଲି ମୋ ନାରେ ତୋ ପ୍ରେମର ନାମାଙ୍କନ 


ଖାଲି ଫରକ ଏତିକି ଥିଲା 

ତୋ ମନରେ ମୋ ଠିକଣା ଲେଖିବାର ଥିଲା 

ଆଉ ମୋ ପ୍ରେମକୁ ତୋ ପ୍ରେମରେ ଯୋଡିବାର ଥିଲା ।


Rate this content
Log in

Similar oriya poem from Romance