Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUNIL KUMAR Mallick

Romance

3  

SUNIL KUMAR Mallick

Romance

ପ୍ରେମ

ପ୍ରେମ

1 min
170



ଆସ ଦେଖି ଯାଅ 

ମୋ ସହରକୁ 

ଏଠି ଖାଲି ପ୍ରେମ 

ନିଭେଜାଲ ପ୍ରେମ 

ଜବରଦସ୍ତ ପ୍ରେମ 

ଖାଲି ପ୍ରେମ ଆଉ ପ୍ରେମ ।


ପ୍ରେମ ଏଠି ଅନେଇଛି 

ଗୋଲ ଗୋଲ ଆଖିରେ 

ସବୁଜ ପତ୍ରର ଉହାଡରେ 

ଆଉ ପ୍ରତିଦିନ ଫୁଟି ଝଡୁଥିବା 

ହଳଦି ନାଲି ଫୁଲର ପାଖୁଡାରେ ।


ସେ ମତେ ପ୍ରତିଦିନ ଡାକେ 

ଆଖି ଚିରି ଦେଖେ 

ମନ ଖୋଲି ଗପେ 

କୋଇଲିର ମିଠା ମିଠା ସ୍ବରରେ

ପାହାଡର ଅଦୃଶ୍ୟ ଆଖିରେ 

ଆଉ ଝରଣାର ଶୀତଳ ଜଳରେ ।


ମୁଁ ଖୋଜିବୁଲେ ପ୍ରେମର ସଂଜ୍ଞା 

ଗୋଟେ ପ୍ରେମିକ ପରି 

ମଥାକୁ ହଳଦି କରି 

ମୁଣ୍ଡ ଟେକିଥିବା ଅଳସୀ ଫୁଲରେ 

ହଳହଳ ହେଇ ବୁଲୁଥିବା 

ପ୍ରଜାପତିଙ୍କ ଦଳରେ ।


ମୁଁ ଫି ଦିନ୍ ଆସେ 

ଖାସ୍ ତାକୁ ଭେଟିବା ପାଇଁ 

ହେଲେ କଣ ହେବ 

ମୁଁ ଭେଟିବା ଆଗରୁ 

ସେ ମତେ ଭେଟେ 

ଶୋରିଷ କ୍ଷେତର ଶୋରିଷିଆ ବାସରେ 

ପ୍ରେମିକା ପଛରେ ଘୁରି ବୁଲୁଥିବା

ଭ୍ରମରର ଗୁଣୁଗୁଣୁ ଶବ୍ଦରେ ।


ମୁଁ ହାରିଯାଏ 

ସବୁଥର ପରି 

ସେ ଏଥର ବି ଜିତିଯାଏ 

ମତେ ଜଳେଇ ଜଳେଇ 

ବେଧଡକ ହସେ 

ଝରଣା ପାଖର ବନ୍ଧୁର ଶିଳାରେ 

ଆଉ ଆକାଶ ଛାତିରେ 

ଜହ୍ନର ଓଠରେ ।


Rate this content
Log in

Similar oriya poem from Romance