Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUNIL KUMAR Mallick

Abstract

2  

SUNIL KUMAR Mallick

Abstract

ବନ୍ଧୁତ୍ବ

ବନ୍ଧୁତ୍ବ

1 min
255


ସଂଶ୍ଳେଷଣ ବିଶ୍ଳେଷଣ 

ବିଘଟନ ବିସ୍ଥାପନ ପରି

ରାସାୟନିକ ପ୍ରତିକ୍ରିୟା 

ସଂଘଟିତ ହେଲେ ବି ସ୍ଥାୟିତ୍ବ

ବଜାୟ ରଖୁଥିବା ସେଇ 

ଅମ୍ଳାନ ଅନୁଭବ ହିଁ ବନ୍ଧୁତ୍ୱ


ଅଣୁ ପରମାଣୁର ସାଙ୍କେତିକ 

ସଂଜ୍ଞା ଜ୍ଞାତ ନ ଥିଲେ ବି 

ସମୀକରଣର ସମତୁଲତା ପାଇଁ 

ଅଚିରେ ଚେଇଁ ଉଠୁଥିବା ସେଇ 

ନିଡର ହସ୍ତ ହିଁ ବନ୍ଧୁତ୍ୱ 


ଲାଭ କ୍ଷତି ର ଭଗ୍ନାଂଶ 

ରାଗ ଭାଗ ଭୋଗର ଉର୍ଦ୍ଧ୍ଵେ 

ହୃଦେ ରୋପୁଥିବା ବିଶ୍ବାସର 

ଦୃମ ହିଁ ବନ୍ଧୁତ୍ୱ


ନବ ପଲ୍ଲବ ପରି ପଲ୍ଲବିତ 

ଧ୍ବନି ପ୍ରତିଧ୍ବନିର ଗୁଞ୍ଜରଣରେ ଗୁଞ୍ଜରିତ

ପ୍ରତି କ୍ଷଣେ ନିନାଦିତ ସେଇ

 ଅମାୟିକ ସମ୍ମୋହନର ସ୍ବର ହିଁ ବନ୍ଧୁତ୍ୱ 


ବିସ୍ଥାପନ ର ଆର ପାରେ 

ସ୍ଥାପନାର ଶିଡି

ବିଯୋଗର ଉତାରେ ଯୋଗର 

ବାଖ୍ୟା କରୁଥିବା 

ସେଇ ବିଶ୍ବସ୍ତ ମୁଖ ହିଁ ବନ୍ଧୁତ୍ୱ


ରୁକ୍ଷ ଶିଳାର ଦନ୍ତୁରିତ ବକ୍ଷେ

ଜୀବନ୍ତ ପଟ୍ଟଚିତ୍ରର ପରିକଳ୍ପନା 

ତୃଷାର୍ତ୍ତ ମରୁଭୂମିରେ ସୁନାବ୍ୟା 

ତଟିନୀର ସ୍ବପ୍ନ ସଂଚାରିବା ହିଁ ବନ୍ଧୁତ୍ୱ ।



Rate this content
Log in

Similar oriya poem from Abstract