STORYMIRROR

SUNIL KUMAR Mallick

Classics

3  

SUNIL KUMAR Mallick

Classics

ଶୀତ ର ସ୍କେଚ୍

ଶୀତ ର ସ୍କେଚ୍

1 min
261

ମୋ ଝର୍କାର ଫାଙ୍କ ଦେଇ 

ଖରା ଲମ୍ବା କୁଦା ମାରିଲା ବେଳେ 

ତମେ ସ୍ମିତ ହସ ହସୁଥାଅ 

ମୋ ବେଡସିଟ୍ ଭିତରେ 

ହାତରେ ହାତକୁ ଛନ୍ଦି 

ଦେହରେ ଦେହକୁ ବାନ୍ଧି

ବିଲକୁଲ ଏକ ପ୍ରେମିକା ପଣରେ


ମୁଁ ହାରିଯାଏ 

ଏକ ପ୍ରେମିକ ପରି 

ଆଉ ସରିଯାଏ 

ମୋର ତମାମ ବାହାନା 

ତମେ ମୋ ଆଖିରେ ଆଖି 

ଆଉ ନିଃଶ୍ବାସରେ ତମ

ବିଶ୍ବାସ ନେଶିଲା ବେଳେ


ମୁଁ ଉଠିଯାଏ 

ଚାଲିଯାଏ ଆଗକୁ ଆଗକୁ 

ସମୟର କଡ ଲେଉଟାଣିରେ 

ତମେ ସେମିତି ମୋ ପିଠିରେ 

ଆଉଜିଥାଅ 

ହାଇ ମାରୁଥାଅ 

ଆଉ ଗପ ଶୁଣୁଥାଅ 

ବିଲକୁଲ ଏକ ଖିଆଲି ମନରେ


ତମେ ଖୁସି ହୁଅ 

ଆଉ ଲାଖି ଯାଅ 

ସକାଳ ଚା'ର ଗରମ ବାମ୍ଫରେ

ଟିକେ ତରଳିଲା ପରେ 

ଭାରି ନିଜର ନିଜର ଲାଗ

ବାସ୍ କିଛି କ୍ଷଣ ପରେ


ତମେ ମାଗିନିଅ

ମୁଁ ଦେଇଦିଏ 

ମୋର ସବୁତକ ସମୟ 

ଦିନ ଆଉ ରାତି 

ତମ ମନରେ ମୋ ମନର

ଶବ୍ଦ ସବୁ ଘର କଲା ପରେ


ତମେ ଭାରି ସହଜ ଲାଗ

ଆଉ ସରଳ ବି 

ଦିନର ହାଲକା ଖରାରେ 

ହେଲେ ଭାରି ଅଲଗା ଲାଗ

ପାହାଡର ପିଠି ପଟେ 

 କିଏ ମୁଣ୍ଡ ଗୁଞିଲା ବେଳେ 

ରାତିର ଛାତିରେ ପଦେ

ଗଜଲ ଗାଇଲା ବେଳେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics