STORYMIRROR

SUNIL KUMAR Mallick

Others

3  

SUNIL KUMAR Mallick

Others

ମୋ ବାପା

ମୋ ବାପା

1 min
290

*ମୋ ବାପା*


ଯିଏ ଝୋଟ ସହ ଝୋଟ ହେଇ 

ହଳେ ପ୍ୟାଣ୍ଟ ଆଉ ସାର୍ଟରେ

ନିଜର ତମାମ ବୟସକୁ 

ସାରି ପାରନ୍ତି ସେ ମୋ ବାପା । 


ହଳେ ଚପଲକୁ ବାରବାର ସିଲେଇ ସାଲେଇ

 ମୋ ପାଇଁ ନୂଆ ଜୋତା ମୋଜା

ଯିଏ ଆଣି ପାରନ୍ତି ସେ ମୋ ବାପା ।


ନିଜର ସବୁ ଦୁଃଖକୁ ଲୁଚେଇ 

ଆଖିର ଲୁହକୁ ଓଠରେ ଭିଜେଇ 

ଯିଏ ମୋର ତମାମ ବାହାନା 

ଆଉ ଜରୁରତ କୁ ପୂର୍ଣ୍ଣତା ଦେଇପାରନ୍ତି 

ସେ ହିଁ ମୋ ବାପା । 


ନିଜର ଯେତକ ଧନକୁ ଗଣ୍ଠିଲି କରି

 ମହରଗର ହାଟରେ ମୋ ପାଇଁ

ସ୍ବପ୍ନ କିଣୁଥିବା ସେଇ ନିରୀହ

ମଣିଷ ହିଁ ମୋ ବାପା।


ଦେହରେ ୧୦୮ ଜର ଥାଇବି 

ମୁଣ୍ଡରେ ଓଦା ଗାମୁଛା ଭିଡି 

ମୋ ପେଟକୁ ଭଲରେ 

ଗଣ୍ଡେ ଆହାର ଦେଉଥିବା 

ସେଇ ଈଶ୍ବର ହିଁ ମୋ ବାପା । 


କାହା ପାଖେ ହାତ ନପତାଉଥିଲେ ବି

ମୋ ଆଡମିସନ୍ ପାଇଁ 

ମୋ ସୁନାର ଭବିଷ୍ୟତ ପାଇଁ 

ଅନ୍ୟ ପାଖେ ଆଣ୍ଠୁ ଭାଙ୍ଗି ଠିଆ ହେଉଥିବା 

ସେ ହୃଦୟର ମଣିଷ ହିଁ ମୋ ବାପା ।


 ନିଜେ କେବେ ଭୁଲ ନ କରି ବି 

ନିଜେ କିଛି ଦୋଷ ନ କରି ବି 

ମୋ ପାଇଁ ଭରା ସଭାରେ 

ମଥା ନୁଆଁଇ ସବୁ ସହି ଥିବା 

ସେ ମହାନ୍ ମଣିଷ ହିଁ ମୋ ବାପା ।


Rate this content
Log in