STORYMIRROR

SUNIL KUMAR Mallick

Romance

2  

SUNIL KUMAR Mallick

Romance

ପ୍ରେମିକା

ପ୍ରେମିକା

1 min
386

ମୁଁ ଯେବେ ବ୍ୟଞ୍ଜନ ବର୍ଣ୍ଣରେ ଥାଏ 

ଆଉ ତୁମେ ଗୋଟା ପଣେ ସ୍ବରବର୍ଣ୍ଣ

ର ବାଟ ଚାଲୁଥାଅ ଠିକ୍ ସେତିକିବେଳେ 

ତମେ ମାପି ନବ ତମ ଓ ମୋ ଭିତରର ଆତ୍ମୀୟତା 


କିମ୍ବା ଥରେ ଅଧେ ଦେଖି ନେବ 

ତମ ଗାଁ ପାଖ ଗୋଲାପ ବଗିଚାକୁ 

ଯେଉଁଠି ଦେଖି ପାରିବ 

କେତେ ଯେ ଗୋଲାପ ଚୋରି ହେଇଥିବ 

ଖାସ୍ ତୁମ ମୋ ପ୍ରେମତ୍ବ ପାଇଁ 


ମୁଁ ଜାଣେ ତମ ହାତ ପାହାନ୍ତାରେ 

ଥାଇ ପାରେ ଅମାପ ପ୍ରାଚୁର୍ଯ୍ୟ

ତମେ ଅଚିରେ ଆବଦ୍ଧ କରି ପାର 

ପ୍ରେମିକର ଯେତକ ଔଦ୍ଧତ 

ହେଲେ ବାନ୍ଧି ପାରନି 

ନିଜ କବରୀର କିଛିଟା ସୌନ୍ଦର୍ଯ୍ୟ


ତୁମ ଗାଆଁ ନଈ ପଠାରେ 

ନିଇତି ପାଣି ପିଉଥିବା ସେ ମିଛ

 ବେଳେ ବେଳେ ଚାଲି ଆସେ  

  ତୁମପାଖକୁ ଏକ ଅବୋଧ ଶିଶୁ ପରି 

 ଆଉ ଚେଇଁ ଉଠେ 

ତୁମ ଗୋଲାପି ଅଧରେ


ଥରେ ଅଧେ ସେ ନାଲି 

ଗୋଡି ରାସ୍ତା ଧାରେ ଠିଆ ହେଇଥିବା

 ଡିମିରି ଗଛଠୁ ବୁଝି ନବ 

ତମକୁ ହାସିଲ୍ କରିବାକୁ 

ଶୂନ୍ ଶାନ୍ ପ୍ରହରେ ବିତିଯାଇଛି

 କେତେ ଯେ ମୁହୂର୍ତ୍ତ 


ତୁମ ଆଖିର ସେ ଅସରନ୍ତି ନଈ 

ମତେ ପ୍ରତିଥର ଓଦା କରେ ଭିଜାଏ

ମୋ ଏକଲ୍ଲା ପଣକୁ ସେ ଅବିଳମ୍ବେ 

ହାସଲ କରେ ଖୁବ୍ ସନ୍ତର୍ପଣେ


ସେ ଶୀତ ସକାଳର 

କଅଁଳ ଖରା ପରି 

ତମେ ଚୋରେଇ ନିଅ

 ମୋର ସବୁତକ ଚପଳାମି 

ଧରେଇ ଦେଇ ହାତରେ 

 ପ୍ରେମର ଏକ ବିସ୍ତୃତ ବିବରଣୀ


ମୁଁ ସବୁ ଥର ପରି ଏଥର ବି 

ମତେ ନିଜକୁ ହଜାଏ 

ଏଇ କେତୋଟି ଶବ୍ଦମାନଙ୍କ ଭିଡରେ

କିଛି ନିର୍ଦ୍ଧିଷ୍ଟ ଉତ୍ତରର ସନ୍ଧାନରେ 


ଆଉ କେବେ କେବେ 

ତୁମ ବାରି ପଛ ପଟେ 

ଉଇଁ ଆସେ ଜହ୍ନ 

ହାତରେ ଲାଇଟ୍ ଟିଏ ଧରି 

ଲୁଚିଲୁଚି ଅପହରଣ କରିବାକୁ 

ଗୋଟେ ପ୍ରେମିକାର 

ନିହାତି ନିରୀହ ମନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance