STORYMIRROR

SUNIL KUMAR Mallick

Abstract Romance

3  

SUNIL KUMAR Mallick

Abstract Romance

ସମ୍ପର୍କ

ସମ୍ପର୍କ

1 min
280


ତୁ ମୋ ଭିତରେ ଆଉ 

ମୁଁ ତୋ ଭିତରେ 

ଦରିଆର ଲବଣ ପରି 

ମିଳେଇ ଯିବା ହିଁ ସମ୍ପର୍କ 


କିଛି ବୁଝିବା ଅନେକ କିଛି 

ବୁଝେଇବା ପରେ ବି 

ବହୁତ କିଛି ଅବଶିଷ୍ଟାଶଂ ପରି 

ବଳି ପଡିବା ହିଁ ସମ୍ପର୍କ 


ଛୁଇଁ କି ନ ଛୁଇଁବା 

ନ ଛୁଇଁ ବି ଶୀତଳତା 

ଆଉ ଉଷ୍ଣତାର କୋଲାଜ୍ 

ଟାଣୁଥିବା ସେଇ 

ଅଦୃଶ୍ୟ ପଣ ହିଁ ସମ୍ପର୍କ 


କିଛି ନ ମାଗି 

ଅନେକ କିଛି ଦେଇଦେବା 

ଅନେକ କିଛି ମାଗିଲା ପରେ ବି 

କିଛି ନ ପାଇବାର ପ୍ରଶ୍ନବାଚୀ ହିଁ 

ଏକ ନିରୁତା ସମ୍ପର୍କ 


ତୋ ଏକଲ୍ଲା ପଣକୁ ଅନୁଭବିବା 

ମୋ ଅନୁଭବର ରବରରେ 

ତୋ ଏକଲ୍ଲା ପଣକୁ ଲିଭେଇବା

ବୋଧହୁଏ ମୋ ପାଇଁ ସମ୍ପର୍କ 


ତୁ ଶାନ୍ତିରେ ବିଶ୍ବାସ କରୁ କି କ୍ରାନ୍ତିରେ 

ସେ କଥା ମତେ ଅଛପା 

ହେଲେ ତୋ ପାଇଁ ସବୁ କ୍ରାନ୍ତିକୁ 

ଇଗଲ୍ ପରି ହାତେଇ ନେବା ହିଁ 

ମୋ ମତରେ ସମ୍ପର୍କ 


ଏବେ କହ ତୁ

 ପ୍ରେମରେ ବଞ୍ଚିବୁ କି ଯୁଦ୍ଧରେ 

ଥରେ ତ କହି ଦେ 

ଦେଖିବୁ ତୋ ପାଇଁ ସବୁ

ଯୁଦ୍ଧରେ ମୁଁ ହିଁ ବିଜୟୀ ହେବି 

ଏଇ ବିଶ୍ବାସ ହିଁ ମୋ ପାଇଁ ସମ୍ପର୍କ 


ରକ୍ତପାତରୁ କଣ ମିଳିବ 

ଯେଉଁଠି ପ୍ରେମପାତ ଅଛି 

ଏଇ ପ୍ରେମ ଆଉ ପ୍ରେମିକକୁ 

ବାନ୍ଧି ଥିବା ସେଇ ଶ୍ରେଷ୍ଠ ଇନ୍ଧନ 

ଆଉ ବଳିଷ୍ଠ ବନ୍ଧନ ହିଁ 

ମୋ ପାଇଁ ଏକ ସୁନ୍ଦର ସମ୍ପର୍କ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract