STORYMIRROR

SUNIL KUMAR Mallick

Others

3  

SUNIL KUMAR Mallick

Others

ପଞ୍ଚକ

ପଞ୍ଚକ

1 min
274

*ପଞ୍ଚକ*


ବର୍ଷ ଏକ ଯେ ବାର ମାସ 

ତନ୍ ମଧ୍ୟେ ଶ୍ରେଷ୍ଠ ଯେ କାର୍ତ୍ତିକ 

କାର୍ତ୍ତିକ ମାସର ମହିମା 

ଶୁଣି ବଢାଅ ଜ୍ଞାନ ସୀମା ।


ବାର ମାସରେ ତେର ପର୍ବ 

ତେଣୁ ବୋଲାଏ ହିନ୍ଦୁ ଗର୍ବ 

ସେଥି ଉତାରୁ ଏ ପଞ୍ଚକ 

ଧ୍ୟାନ ଦେବେଟି ହେ ସର୍ବଜ୍ଞ 


ଏକାଦଶୀ ରୁ ପୂର୍ଣ୍ଣିମା 

ରହେ ଟି ପଞ୍ଚକର ସୀମା 

କେ ବୋଲେ ଭିଷିମ ପଞ୍ଚକ

କେ ପୁଣି ବକର ପଞ୍ଚକ


ଏ ପାଞ୍ଚ ଦିନ ଟି ମହାନ

ସଭିଏଁ ରଖ ଏଠି ଧ୍ୟାନ 

ବକ ଯେ ଆମିଷକୁ ତ୍ୟାଗେ 

ତପସ୍ଵୀ ପ୍ରାୟେ ଚଳେ ଭବେ 


ଗାଁ ରୁ ସହର ପର୍ଯ୍ୟନ୍ତ 

ସମସ୍ତେ ପାଳନ୍ତି ପଞ୍ଚକ

କେ ପାଳେ ୟାକୁ ପାଞ୍ଚ ଦିନ 

କେ ପୁଣି ସାତ ଗୋଟି ଦିନ 


ଏ ପାଞ୍ଚ ସାତ ଦିନ ପ୍ରାୟ 

ନିଷ୍ଠାରେ ପାଳନ୍ତି ହବିସ 

ଆମିଷ ପରିତ୍ୟାଗ କରି 

ସାତ୍ବିକ ଆହାର ଭୁଞ୍ଜଇ 


ନା ନା ପ୍ରକାର ନିତ୍ୟକର୍ମ 

ପ୍ରଭାତେ ତ୍ବରିତ ସାରିଣ 

ଚଳନ୍ତି ପ୍ରଭୁ ଦରଶନେ 

କିଞ୍ଚିତ ନ ଭାଳିଣ ମନେ 


ସନ୍ତାନ ହିନ ଯେତେ ନାରୀ 

ଯେ କରେ ପଞ୍ଚକର ପାଳି 

ଅଚିରେ ସନ୍ତାନ ଲଭନ୍ତି 

ସୁଖରେ କାଳ ଯେ ଜାପନ୍ତି 


ପଞ୍ଚକ ଏକାଦଶୀ ଦିନ 

ଶୁଦ୍ଧ ପୁତ ଯେ କରି ମନ 

ଗୀତ ଗୋବିନ୍ଦ ଗାନ କରି 

ଜପ ହେ ସର୍ବେ ହରି ହରି 


ଦ୍ବାଦଶୀ ଦିନ ଯେ ମହାନ

ସେ ଦିନ ଟିକେ ଦେବ ଧ୍ୟାନ 

ପିତୃ ମାତୃଙ୍କ ଯତ୍ନ କରି 

ଭୁଞ୍ଜାଅ ଦ୍ରବ୍ୟ ନାନା ଚାରି 


ଯେ କରେ ଏପରି ଯେ ବିଧି 

ପ୍ରୀତ ହୁଅନ୍ତି ବାଞ୍ଛାନିଧି 

ସସ୍ତ୍ରୀକ ପ୍ରସାଦ ଭୁଞ୍ଜିଣ 

ମୋକ୍ଷ ଲଭନ୍ତି ବେନି ଜନ 


ତ୍ରୟଃ ଚତୁଃ ପଞ୍ଚ ଦିନ 

ସର୍ବାଗ୍ରେ ପୂଣ୍ୟ ତିଥି ପୁଣ

ଯେ କରେ ଏହି ବ୍ରତ ସିଦ୍ଧି 

ପାପ ହରନ୍ତି ଗୁଣନିଧି


ଯୁବତୀମାନେ ଏକ ଚିତ୍ତେ 

ଝୋଟି କାଟନ୍ତି ଧିର ହସ୍ତେ 

ଦାଣ୍ଡ ଚଉରା ଅଗଣାରେ 

ଭଳିକି ଭଳି ମୁରୁଜରେ । 


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍