ଟିକେ ଧାର୍ ଦେଇ ଦେ
ଟିକେ ଧାର୍ ଦେଇ ଦେ
ତୋ ସ୍ବପ୍ନିଳ ଇଛାମାନଙ୍କୁ
କିଛି କ୍ଷଣ ଥୁକୁଲୁ
ଦେଇ ଦେ
ତୋ ନୀଳ ରଙ୍ଗରେ ମତେ
ନ ଧୋଇଲେ ନାହିଁ
ହେ ! ଆକାଶ
ତୋ ବିଶାଳ ହୃଦୟକୁ
ମତେ ଟିକେ
ଧାର୍ ଦେଇ ଦେ ।
ତୋ ଚଗଲୀ ଲହରୀକୁ
କିଛି କ୍ଷଣ ବିରାମ
ଦେଇ ଦେ
ତୋ ଆତ୍ମୀୟତାରେ
ମତେ ନ ବାନ୍ଧିଲେ ନାହିଁ
ହେ! ସାଗର
ତୋ ସହନଶୀଳାତାକୁ
ମତେ ଟିକେ
ଧାର୍ ଦେଇ ଦେ ।
ତୋ ଶ୍ୟାମଳତାକୁ
କିଛି କ୍ଷଣ ଫିକା କରି ଦେ
ତୋ ସୁନ୍ଦରତା ମତେ
ନ ଦେଲେ ନାହିଁ
ହେ! ବନାନୀ
ତୋ ଉପକାର
ମତେ ଟିକେ
ଧାର୍ ଦେଇ ଦେ ।
ତୋ ବନ୍ଧୁରତାକୁ
କିଛି କ୍ଷଣ ସାଇତି ରଖି ଦେ
ତୋ ସ୍ଥିରତା
ମତେ ନ ଦେଲେ ନାହିଁ
ହେ! ଗିରି
ତୋ ଧୌର୍ଯ୍ୟକୁ
ମତେ ଟିକେ
ଧାର୍ ଦେଇ ଦେ ।
ତୋ ବ୍ୟଗ୍ରତାକୁ
କିଛି କ୍ଷଣ ସ୍ଥିର କରି ଦେ
ତୋ ସ୍ବଚ୍ଛତା
ମତେ ନ ଦେଲେ ନାହିଁ
ହେ ! ପବନ
ତୋ ନିରବଚ୍ଛିନ୍ନତାକୁ
ମତେ ଟିକେ
ଧାର୍ ଦେଇ ଦେ ।
ତୋ କଳଙ୍କକୁ
କିଛି କ୍ଷଣ ଫୁର୍ କରି ଦେ
ତୋ ଶୀତଳତା
ମତେ ନ ଦେଲେ ନାହିଁ
ହେ! ଜହ୍ନ
ତୋ ସରଳତାକୁ
ମତେ ଟିକେ
ଧାର୍ ଦେଇ ଦେ ।
