Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUNIL KUMAR Mallick

Others

2  

SUNIL KUMAR Mallick

Others

ଶୀତ ସକାଳ

ଶୀତ ସକାଳ

1 min
252


*ଶୀତ ସକାଳ*


ଧାନ ବିଲ କୋଳେ ସୁନେଲି କେଣ୍ଡାରେ 

ଆସେ ଯେ ବାଘୁଆ ଶୀତ 

ଶୀତ ସକାଳର ଶୀତଳ ଛୁଆଁରେ

ଚଷା ପୁଅ ଗାଏ ଗୀତ ।


ଓଠ ଥୁରୁଥୁରୁ ଦେହ ଥୁରୁଥୁରୁ 

ଥୁରୁଥୁରୁ ପୁଣି ପାଦ 

ସେଇ ସକାଳର ଶୁଭ ଲଗନରେ 

ଗହମ ଗୋରୀ ଯେ ଛଡାଏ ନିଦ ।


ପୋଖରୀ ପଠାର ଖସରା ତୁଠରେ 

କୁଆଁରୀ ମାଜଇ ଦେହ 

ବେହେରା ସାହିର ନିଧି ବୁଢୀ ଘରେ 

ମହକି ଆସୁଛି ଘିଅ । 


ଟିମ,ରିଙ୍କୁ,ଆଉ ମୋହନା,ପବନା 

ଜିତୁ ସିତୁ ସହ ମିଶି 

ନିଆଁ ଯେ ପୁଆନ୍ତି ଶନିଆ ବାଡିରେ

କରି ମନ କେତେ ଖୁସି । 


ସୁନେଇ ମାଉସୀ ସାନ ବୋହୁ ଉଠି 

କରେ ଘର ଲିପା ଲିପି 

ଗୁରୁବାର ବୋଲି ମଦନାର ଝିଅ 

ଦାଣ୍ଡରେ ପକାଏ ଝୋଟି । 


ରତନା ସାହୁ ଟା ଏତେ ଯେ କୋଢିଆ

ପଡିଛି ଶେଜକୁ ମାଡି 

ରାମ ବାବୁଙ୍କର କୁନି ନାତୁଣିଟି

 ବାହାରି ଗଲାଣି ପଢି । 


ସୋରିଷ କ୍ଷେତରୁ ସୋରିଷିଆ ବାସ

 ଛଡାଇ ଆଣେ ପବନ 

କୋଇଲିର କୁହୁ କୁହୁ ମିଠା ସ୍ବର 

ଭିଜାଇ ଦିଏରେ ମନ । 


ସୁଲୁସୁଲୁ ବାଆ ବୁଢୀ ମାଉସୀର

 ଥରାଏ ପାକୁଆ ପାଟି

ଥରି ଥରି ସେ ଯେ ଜହ୍ନ ମାମୁଁ କଥା 

କୁହେରେ ଗୋଟି କି ଗୋଟି । 


ହରି ଭାଇନାଙ୍କ ଚା ଦୋକାନରେ 

ଜମେରେ କେତେ ଯେ ଖଟି 

କିଏ ଯେ ସରସ କିଏ ଯେ ନୀରସ

କାହାର କେତେ ଟି ପାର୍ଟି । 




Rate this content
Log in