STORYMIRROR

Priyaranjan Biswal

Romance

4  

Priyaranjan Biswal

Romance

ପ୍ରେମୀର ପ୍ରେମ

ପ୍ରେମୀର ପ୍ରେମ

1 min
218


ପ୍ରଥମ ଦେଖାରେ   ଲାଗିଲ ନିଜର

ମନ ଚୋରିକଲ ତୁମେ ମୋର।

ସବୁଦିନ ତେଣୁ   ଆଖି ଖୋଜୁଥିଲା

ଦେଖିବାକୁ ତୁମ ସେ ଚେହେରା।


ଧିରେଧିରେ ଆସି   ମିଶିଲ ମୋ ସାଥେ

କହିଲ କେତେଯେ ମିଠା କଥା।

ସେଇ କଥା ଶୁଣି   ମନ ମୋ କରିଲା

ଦିନ ରାତି ଖାଲି ତୁମ ଚିନ୍ତା।।


ମିଳାମିଶା ପରେ   ବନ୍ଧୁତା ହୋଇଲା

ବନ୍ଧୁତାରୁ ପୁଣି ହେଲା ପ୍ରେମ।

ଦୁନିଆକୁ ଡରି   ଘରେ ନଜଣେଇ

ହୃଦୟେ ଲେଖିଲି ତୁମ ନାମ।।


କିଛି ଦିନ ପୁଣି   ଲୁଚିଛପି ଆମ

ଚାଲିଲାଯେ ପ୍ରେମ କାରବାର।

କେଜାଣି କେମିତି   ସାଙ୍ଗ ସାଥିମାନେ

ପାଇଗଲେ ସବୁ ଏ ଖବର?


ଧିରେଧିରେ ପୁଣି   ହାଟ ବଜାରରେ

ଚର୍ଚ୍ଚା ଚାଲିଲା ଆମ ପ୍ରେମର।

ଘରେ ନଜାଣନ୍ତୁ   ଆମ କଥା କେହି

ଭାବି ଲାଗୁଥିଲା ବହୁ ଡର।।


ତଥାବି ନିଜର   ସର୍ବସ୍ୱ ସମର୍ପି

ଦେଇଥିଲି ଯାହା ଥିଲା ମୋର।

କାରଣ ମୁଁ ବୋକି   ଭାବି ନେଇଥିଲି

ତୁମେ ଏକା ଅଟ ମୋ ନିଜର।।


କେବଳ ତୁମର   ମୁଁହଁକୁ ମୁଁ ଚାହିଁ

ସମସ୍ତଙ୍କୁ ମୋର କଲି ପର।

ତୁମେ ଅଧା ବାଟେ   ହାତ ଛାଡି ଦେଲ

ସ୍ୱର୍ଥବାଦୀ ପ୍ରେମିକ ମୋହର।।


ଖୋଲାଖୋଲି ଭାବେ   ସଂସାର କରିଲା

ଚରିତ୍ର ମୋର କେତେ ସଂହାର।

ଲଜ୍ଯା ଅପମାନେ   ମୁଣ୍ଡ ନଇଁଗଲା

ଦୁଃଖ ସହିଲା ମୋ ପରିବାର।।


ଏହି ସବୁ କଥା   ଦେଖି ଲାଗୁଥିଲା

ନିର୍ଦୋଷ ଯେ ତୁମୋ ଦୋଷ ମୋର।

ଜାଣି ମୁଁ ନଥିଲି   ଏତେ ବଡ ମୂଲ୍ଯ

ଦେବାକୁ ପଡିବ ମୋ ପ୍ରେମର।।


ତୁମ କଥା ଭାବି   ଆଖି ଲୁହ ଢାଳି

ବଞ୍ଚିଲି ମୁଁ ଏକା ଜଳିଜଳି।

ଟାହି ଟାପରାଯେ   ଲୋକଙ୍କର ଶୁଣି

ଲାଗୁଥିଲା ମୁଁ ହେବି ପାଗିଳି।।


ପାରୁନାହିଁ ବୁଝି   କାହିଁକି କେଜାଣି

ମନେ ସୃଷ୍ଟି ହୁଏ ଏହି ପ୍ରେମ।

ବେଳକାଳ ଦେଖି   ଏହି ପ୍ରେମ ପୁଣି

ସଂସାରରେ କରେ ବଦନାମ।।


ବଦନାମ ସଦା   ହୋଇଥାଏ ଝିଅ

ଅସୁବିଧା ନାହିଁ ପୁଅଙ୍କର।

ଏ କେମିତି ନ୍ଯାୟ   ଅଟଇ ସତରେ

ସୃଷ୍ଟି କର୍ତ୍ତା ଭଗବାନଙ୍କର।।


ପ୍ରେମ ବାଟ ଅଟେ   ବହୁତ ଖସଡା

ଏକା କରିଦେଇ ପାରେ ଛିଡା।

ପ୍ରଥମେ ଆନନ୍ଦ   ପରେ ଭରିଦେବ

ମନରେ ଅନେକ ସିଏ ପିଡା।।


ବୟସ ପ୍ରଭାବେ   ଆକର୍ଷିତ ହୋଇ

କରନାହିଁ ତୁମେ ପ୍ରେମ ଜମା।

ଅନ୍ଯଥା ସହିବ   ଦୁଃଖ କଷ୍ଟ ବହୁ

ନକରି ନିଜକୁ ନିଜେ କ୍ଷମା।।


ଆଜି କାଲି ପ୍ରେମୀ   ନୁହେଁ ରାଧା କୃଷ୍ଣ

ମୋହ ଫାସେ ବନ୍ଧା ସର୍ବେ ଏଠି।

ମୋହ ଥିବା ଯାଏଁ   କେମିତି ପାରିବା

ପ୍ରକୃତ ପ୍ରେମ ଆମେ ସାଉଁଟି?





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance