STORYMIRROR

Shashanka sekhar Ray

Romance

4  

Shashanka sekhar Ray

Romance

ପ୍ରତୀକ୍ଷା

ପ୍ରତୀକ୍ଷା

1 min
221


ତୁମେ ଭଲ ପାଅ କି ନ ପାଅ

ମୁଁ କିନ୍ତୁ ଅପେକ୍ଷା କରିଥିବି

ଯୁଗର ଆରମ୍ଭରୁ ଶେଷ ଯାଏଁ

ଯମୁନାତଟ କଦମ୍ଵମୂଳେ

ବଂଶୀସ୍ଵନର ମଧୁର ମୂର୍ଚ୍ଛନାରେ ।


ତୁମବିନା ସବୁ ଯେମିତି ଲାଗେ

 ଅନ୍ଧକାର ଅନ୍ଧକାର

ତୁମେ ଅଛ ବୋଲି ତ 

ମୁଁ ପବନରେ ଝୁଲୁଛି

ସାତ ଫଗୁଣର ଆମ୍ଵଡାଳେ

କୋଇଲିଟି ସାଜି ମନଭରି 

ବେଶ ଆନନ୍ଦରେ ଗୀତ ଗାଉଛି

ତଥାପି କାହିଁକି କେଜାଣି

ଆନମନା ହୁଏ ମୋର ମନ

ଭାଙ୍ଗିଯାଏ ପାହାନ୍ତିଆ ସ୍ଵପ୍ନ

କାଳେ ତୁମେ ଛାଡିଦେବ ହାତ

ପ୍ରତାରଣାର ଅଥଳ ସମୁଦ୍ରରେ ।


ଟୋପା ଟୋପା ଆଷାଢୁଆ ଲୁହ

ଝରିପଡେ ତୁମ ବିରହଣେ

କେମିତି ତୁମେ ପାରିବ ବୁଝି

ହୃଦୟର ଅଦେଖା ଅଜାଗା ଯନ୍ତ୍ରଣାକୁ

ପ୍ରେମ ଶାଶ୍ଵତ ଚିରନ୍ତନ ବୋଲି

ସହିପାରୁଛି ଖରା ବର୍ଷା ଶୀତ କାକର

ସବୁ କିଛି ପକାଇ ପଛରେ ।


ଏମିତି କାହିଁକି ହୁଏ ବାରମ୍ଵାର

କି ସମ୍ପର୍କ ଅଛି ଆମ ଭିତରେ

ତୁମେ ଚାହିଁଥାଅ ଆରମ୍ଭରୁ ମୋତେ

ମୁଁ ଚାହିଁଥାଏ ତୁମକୁ ଶେଷ ଯାଏଁ

ଭୋକ ଆମର ମରେନି କି ସରେନି

ଦୁହେଁ ଦୁହିଁକୁ ଅପଲକ ନୟନେ

ରହିଥାଉ ଚାହିଁ କେତେ ଯୁଗର ପ୍ରତୀକ୍ଷାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance