ମାତା କୁଷ୍ମାଣ୍ଡା
ମାତା କୁଷ୍ମାଣ୍ଡା
ନବ ରାତ୍ରୀ କାଳରେ ଚତୁର୍ଥ ଦିବସ ରେ
ମାତା କୁଷ୍ମାଣ୍ଡା ଙ୍କ ପୂଜା ହୁଅଇ ବିଧି ରେ ।
ଜଗତ ପାଳିନି ସେହି ମାତ ଯେ କୁଷ୍ମାଣ୍ଡା
ଦୁର୍ଦ୍ଦିନ ନାଶନ୍ତି , ଦୁଃଖ , ଶୋକ , ତାପ ,କଣ୍ଟା ।
କଷ୍ଟୁ ତ୍ରାହି କରି ଥାନ୍ତି ଭକତ ଜନ ଙ୍କୁ
ଅଶେଷ ଗୁଣ, ବିଭୁତି , ସିଦ୍ଧି ସାମର୍ଥ୍ୟ କୁ ।
ପ୍ରାପ୍ତ ହୋଇ ଥାଏ ତାଙ୍କ ଉପାସନା କଲେ
ଶ୍ରଦ୍ଧା ଭକ୍ତି ପୂତ ଭାବ ଘେନି ସେବା କଲେ ।
କୁଷ୍ମାଣ୍ଡା ଦେବୀ ସୁଦୟା ପ୍ରଭାବ ରେ ଭକ୍ତ
ଚିର କାଳ ରହେ ନିତ୍ୟ ଶାନ୍ତି ଓ ସନ୍ତୋଷ ।
ଆଦି ଶକ୍ତି ମହା ମାୟୀ ସେ ସିଂହ ବାହିନୀ
ଦୁଃଖ ଦୁର୍ଗତି ଶୋକ ତାପ ବିଘ୍ନ ବିନlଶିନୀ ।
ଗଦା , କମଣ୍ଡକୁ , ଧନୁ ବାଣ ଆଉ ପଦ୍ମ
ଅମୃତ କଳସ ଜପା ମାଳି ସେ ଧରିଣ ।
ଆବିର୍ଭାବ ହୋଇ ଥାନ୍ତି ଚତୁର୍ଥ ଦିବସ
ପାଳନ କରନ୍ତି ପୂଜା ଭକତ ତାନ୍ତ୍ରିକ ।
କୁଷ୍ମାଣ୍ଡା ସେ ମହା ମlୟୀ ଭକତ ବତ୍ସଳା
ଜଗତ ରେ ଚମତ୍କାର ଅଟେ ତାଙ୍କ ଲୀଳା ।
ଭକତ ଜନ ଙ୍କୁ ସଦା ହୁଅନ୍ତି ପ୍ରସନ୍ନl
ନବ ରାତ୍ରୀ କାଳରେ ସେ ତାଙ୍କ ଉପାସନା ।
ପାପ ତାପ ବିନlଶିନୀ ଅଭୟ ଦାୟିନୀ
ନମସ୍ତେ କୁଷ୍ମାଣ୍ଡା ମାତ ନମୋ ନାରାୟଣୀ ।