Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Inspirational

3  

Satyanarayan Sahoo

Action Classics Inspirational

ହରାଇଲେ କେତେ ଜିତିଲେ କେତେ

ହରାଇଲେ କେତେ ଜିତିଲେ କେତେ

1 min
182



ହରାଇଲେ କେତେ ଜିତିଲେ କେତେ 

ଲାଭ କି ହୁଏ ସତେ

କେତେ ବା ଯାଏ କିସ ହଜାଏ

ଆସଇ ତହିଁ କେତେ ?

ହାରିବା ଲୋକ ଦୁଃଖୀ ହୁଅଇ 

ଜିଣିବା ଲୋକ ଖୁସି

ହାରିବା ପରେ ମନ୍ଦ ବୁଦ୍ଧିରେ

ଲୋକ ଟି ଯାଏ ରୁଷି ।

ଭିଆଏ ସେଇ ବହୁତ ହାନୀ

ହୁଏ ସବୁରୀ କ୍ଷତି 

ଏଇ ପରିକା ଘଟଣା ନିତି

କରୁଛି ଅଗ୍ର ଗତି ।

ନିତି ଦିନିଆ ଜୀବନେ ଆମ

ଯାଉଛି ବଢ଼ି ବଢ଼ି

ଖେଳି ଖେଳି କା ଲଢି ଲଢି କା

ଲୋକେ  ବଢାନ୍ତି କଳି ।

ବେପାର ଆଉ ବଣିଜର ଯେ

ହୁଅଇ ଲାଭ କ୍ଷତି

ଏଇ ପ୍ରକ୍ରିୟା ଘେନି ଚଳୁଛି

ନିତି ଜୀବନ ଗତି ।

ହାରିଲେ କେତେ ଜିତିଲେ କେତେ

କଳନା କରେ କିଏ 

ସବୁରି ମୂଳେ  ଅଛି ହିସାବ

ସେହି ହିଁ ଫଳ ଦିଏ ।

ଦିଅଇ ସେହି ଅନୁସାରେ ହିଁ

ହୁଅଇ ଗବେଷଣା 

ବାଛ ବିଚାର ଭେଦ ଭାବ ର

କି ଅବା ଲୋଭ ଘୃଣା ।

କରିଲେ କେତେ ମିଳଇ ଲାଭ

ହୁଅଇ କେତେ କ୍ଷତି

ସବୁ କୁ ସମ ମଣଇ ଯିଏ

କରଇ ଅଗ୍ର ଗତି ।

ହିସାବୀ ଲୋକ ଲୋଡ଼ଇ ସୁଖ 

ପାଏ ସେ ଖାଲି ଦୁଃଖ

ହିସାବ ହୀନ ସବୁ ସମାନ 

ଦେଖେ ସେ ଲଭେ ସୁଖ ।

ଶାନ୍ତି ସନ୍ତୋଷ ଶୃଙ୍ଖଳା ତୋଷ

ସାହସ ବାନ୍ଧି ରହି

ହାନୀ ବା ଲାଭ କାହିଁ ରେ ଲୋଭ

ତାହାର ଲାଗେ ନାହିଁ ।



Rate this content
Log in

Similar oriya poem from Action