ପ୍ରାଣୀ ର ଭଲମନ୍ଦ ବାଣୀ
ପ୍ରାଣୀ ର ଭଲମନ୍ଦ ବାଣୀ
ପ୍ରାଣୀ ର ଭଲ ମନ୍ଦ ବାଣୀ
ମରଣ କାଳେ ତାହା ଜାଣି ।
ମରଣ କାଳେ ହିଁ ହୁଅଇ
କେଉଁ ପରି ଗତି ଲଭଇ ।
ମରଣେ ପଡ଼ନ୍ତି ନରକେ
ପାଆନ୍ତି ଯମ ଦଣ୍ଡ ଥୋକେ ।
ଜାଣି ହୁଅଇ ଦେଖି ଦେଖି
ମରଣ କାଳ ହୁଏ ସାକ୍ଷୀ ।
ହlବ ଭାବ , ବେଶ ଅଵସ୍ଥା
ଘେନିଣ ମରଣ ବ୍ୟବସ୍ଥା ।
କରି ଥାଆନ୍ତି ଜନ୍ତୁ ରାଣ
ସହନ୍ତି ପ୍ରାଣୀ ଏ କଷଣ ।
ଅଶାନ୍ତି ବିଫଳତା ତଥା
ଖାମଖିଆଲ ମନୋ ବ୍ୟଥା ।
ଚିନ୍ତା , ସନ୍ତlପ , ପୀଡା ବ୍ୟାଧି
ଦୁର୍ଘଟଣା ଓ ଭୟ ଭ୍ରାନ୍ତି ।
ଦେଖିଲେ ହୋଇ ଥାଏ ବୁଝି
ମରିବ ଅବା ଯିବ ବଞ୍ଚି ।
ପ୍ରକୃତି ଦେଖିଲେ ତାହାର
ଜାଣି ହୁଅଇ ନିରନ୍ତର ।
ଜୀବନ ଯାକ କହେ ମିଛ
ସ୍ବାର୍ଥ ନିମନ୍ତେ ଦିଏ ଲାଞ୍ଚ ।
ମରିବା ବେଳେ ହିଁ ମଣିଷ
ହରାଏ ଆପଣା ସାହସ ।
ଯମ କୁ ଦେବ କିଏ ଲାଞ୍ଚ
କହି ନ ପାରେ ଆଉ ମିଛ ।
ପ୍ରାଣୀ ଙ୍କ ଭଲ ମନ୍ଦ କଥା
ଜାଣିଣ ହୁଅଇ ସର୍ବଥା ।
ମରଣ କାଳ ଆସେ ଯେବେ
ତୁରନ୍ତ ଗୋବିନ୍ଦ ସେ ସେବେ ।
କହଇ ସବୁ କଥା ସତ
ପ୍ରକୃତି ବିଧାନ ଏମନ୍ତ ।
ପ୍ରାଣୀ ବିଜ୍ଞାନ ଅନୁଧ୍ୟାନ
କରି ସକଳ ସମୀକ୍ଷଣ ।
କରିଲେ ହୁଏ ତତ୍ତ୍ବ ବୁଝି
ମରଣ କାଳେ ସଦବୁଦ୍ଧି ।
ଉଦୟ ହୁଅଇ ପ୍ରlଣୀର
ଜୀବନେ ସ୍ବାର୍ଥ ଲାଗି ଚିର ।
ଚଳାଇ ଥାଏ ସେ ଉଦ୍ୟମ
ଧରି ସାହସ ଓ ବିକ୍ରମ ।
ମରଣେ ଯାଏ ଦେହ ତେଜି
ମର ଶରୀର ରହେ ପଡ଼ି ।
ଅହଙ୍କାର ମାୟା ଜାଲ ରେ
ଛନ୍ଦିତ ମୋହ ଲାଳସା ରେ ।
କାଳ ଯାପଇ ଏ ସଂସାରେ
ଚଳି ଯାଏ ସେ ଶେଷ କାଳେ ।
ଦେଖାଇ ଲୀଳା ଖେଳ ପ୍ରାୟେ
ଯମ ଯାତନା ନିତି ସହେ ।