STORYMIRROR

Kabiratna Nutan Kumar Behera

Action Classics Inspirational

3  

Kabiratna Nutan Kumar Behera

Action Classics Inspirational

ଆସନ୍ତାକାଲିର ଭବିଷ୍ୟତ

ଆସନ୍ତାକାଲିର ଭବିଷ୍ୟତ

1 min
1.0K

ଆସନ୍ତାକାଲିର ଭବିଷ୍ୟତକୁ 

କିଏ ଦେଖିଛି

ତୁମେ ନା ମୁଁ

ସେ ଏକ ଆଶାର ସମ୍ଭାବନା 

ସୂକ୍ଷ୍ମ ଚିନ୍ତା ଚେତନାର ସ୍ବପ୍ନ 

ମନର ଏକ ଅଭିଳାଷ ମାତ୍ର, 

ସେ ଆସିପାରେ 

କୁସୁମିତ ପଥେ 

ନେଇ ବସନ୍ତର ବର୍ଣ୍ଣାଢ୍ୟ ସମ୍ଭାର 

ଜୀବନକୁ ସରସ ସୁନ୍ଦର କରି 

ସମୃଦ୍ଧିରେ ରୁଦ୍ଧିମନ୍ତ କରିବା ପାଇଁ, 

ଅବା ଆସି ପାରେ 

କଣ୍ଟକିତ ବାଟେ 

ଲୁହର ଶ୍ରାବଣକୁ ନେଇ 

ହୃଦୟ ସାଗରରେ ବାଡବାଗ୍ନିର 

ଉଦ୍ଗୀରଣ କରି

ଲହୁ ଲୁହାଣରେ କ୍ଷତାକ୍ତ କରିବାକୁ। 

ତଥାପି ଏକ ସଂକଳ୍ପ ନେଇ 

ଜିଇଁବାକୁ ହୁଏ 

ପତ୍ର ଝଡା ଗଛର ନବ ପଲ୍ଲବକୁ 

ନିମନ୍ତ୍ରଣ କରି ଭରସାରେ, 

ବର୍ତ୍ତମାନକୁ ସଜାଡ଼ି 

ବାଟ ବାଛିବାକୁ ହୁଏ 

ଭିନ୍ନ ଏକ ମୋଡ ନେଇ। 

ପାଦେ ପାଦେ ସମସ୍ୟାର ପ୍ରତିବନ୍ଧକ 

ଝୁଣ୍ଟି ପଡି ବି ଆଗେଇବାକୁ ହୁଏ 

ଧୈର୍ଯ୍ୟ ସାହସକୁ ଅବଲମ୍ବନ କରି, 

ଯନ୍ତ୍ରଣାକୁ ଜୀବନ ଭାବି 

ଆତ୍ମବିଶ୍ୱାସକୁ ଦୃଢ କରିବାକୁ ହୁଏ 

ପରିଶ୍ରମର କ୍ଳାନ୍ତି ଭୁଲି 

ସାନ୍ତ୍ଵନାର ଛାୟାରେ ନିଜକୁ 

ବିଶ୍ରାମ ନେବାକୁ ପଡେ, 

ଆସନ୍ତାକାଲି ମଧ୍ୟ ଏଇ ସୂର୍ଯ୍ୟ 

ଉଦୟ ହେବ ପୁଣି ସିନ୍ଦୁରା ଫଟେଇ 

ସାରା ଜଗତକୁ ଉଦ୍ଭାସିତ କରି 

ତାର ଆଲୋକ ବାଣ୍ଟିବାକୁ ।


Rate this content
Log in

Similar oriya poem from Action