STORYMIRROR

Sunanda Mohanty

Abstract Action Others

3  

Sunanda Mohanty

Abstract Action Others

ଅବଶୋଷର ଧୂଆଁ

ଅବଶୋଷର ଧୂଆଁ

1 min
207

ଅବଶୋଷର ଶୋଷ, ହୁଏନା ନିଃଶେଷ, ଖାଲି ଧୂଆଁ 

ଜୀବନରେ ଅନେକ ରହିଯିବ ବାକି, ଜଳିବ ଯେବେ ଶେଷ ନିଆଁ ଜନ୍ମ ରୁ ମୃତ୍ୟୁ ଯାଏଁ ଏତେ ଅବଶୋଷ, ଦିଶେନା ସେ ନିଆଁ ନକରିପାରିବା, ନପାଇପାରିବା ପରି ଅନେକ କିଛି 

ମନତଳ ଅବଶୋଷ କରେ ଡାହାଣ ବାଆଁ 

କାମନା ର ବିନାଶରେ ନିର୍ବାଣ ପା, କହିଲେ ଜାଣିଲେ ଯେତେଯାହା ମଣିଷର ମନତଳେ ଅନେକ ପାଇବାର ଲାଳସା, ଅକୁହା ନପାଇଲେ ଅବଶୋଷ, ଅଣଚାଷ ବା ବତାସର ଧୂଆଁ 

ଆଉ ବି ଅନେକ ଅବଶୋଷ ଚିରାଚରିତ, ଅସ୍ଥିମଜ୍ଜାଗତ 

ହେଲେ, ଦିଏନାହିଁ ଧରା ଛୁଆଁ, କେଜାଣି କିଆଁ 

ଧୂଆଁ ଶୂନ୍ୟରେ ଆସି ଶୂନ୍ୟରେ ମିଳାଇ ଯାଏ, ନଥାଏ ନିଆଁ 

ଅବଶୋଷ ର ଧୂଆଁ ଆସେ ଯାଏ ଆପଣା ଛାଁ ଛାଁ 

ରୂପ ରଙ୍ଗ ଗନ୍ଧ ଶୂନ୍ୟ ଅଦୃଶ୍ୟ ନିଆଁ ର ଧୂଆଁ 

ଜଳାଏ ଥରାଏ ଏତେ ଏମିତି କୁହ କିଆଁ 

ଉତ୍ତର ବା ଦେବ କିଏ ସଭିଏଁ ବଶ, ଏମିତି ଏ ଫାଶ, କରେ ଛାନିଆଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract