STORYMIRROR

Sunanda Mohanty

Romance Action Inspirational

3  

Sunanda Mohanty

Romance Action Inspirational

ପ୍ରେମ ସତରେ ଏକ ପୁଲକ

ପ୍ରେମ ସତରେ ଏକ ପୁଲକ

1 min
765

ପ୍ରେମ ବୋଲି ଯେଉଁ ଅଢେଇ ଅକ୍ଷର 

ପୁଲକେ ଗୋଲକ ଚାଲେ 

ପ୍ରେମ ନଥିଲେ ସଂସାରେ ସଂସାରୀ 

ପଥ ଓ ପାଥେୟ ନପାଇ ଭୁଲେ 

ପ୍ରେମ ତ ଶାଶ୍ୱତ ପ୍ରେମ ଅମଳିନ 

କୋଉ ଶବ୍ଦ ପ୍ରେମ ସମତୁଲେ ? 

ପ୍ରେମ ର ସଂସାରେ ପ୍ରେମ ର ନାଉରୀ 

ପ୍ରେମ ଦଙ୍ଗା ବାହି ଚାଲେ 

ଭାଙ୍ଗି ଗଲେ ଦଙ୍ଗା ହଜିଲେ ଆହୁଲା 

ପ୍ରେମର ତଲେଇ ଘୋଡେଇ ବୁଲେ 

ପ୍ରେମ ହିଁ ସ୍ଵାକ୍ଷର ପ୍ରେମ ଯେଉଁ ଅକ୍ଷର 

ଲେଖି ଶିଖି ବୁଝିଗଲେ 

ପ୍ରେମ ହିଁ ମହିମା ପ୍ରେମ ହିଁ ଗାରିମା 

ଝୁଣ୍ଟି ପଡି ଆହତ ଯେତେ ବି ହେଲେ 

ପ୍ରେମ ନିର୍ମଳ ପ୍ରେମ ସୁନୀଳ ସକାଳ 

ଓଁ ପରଂବ୍ରହ୍ମ ଶବ୍ଦ ଝୁଲା ଝୁଲେ 

ପ୍ରେମରେ ଆକାଶ ପ୍ରେମ ରେ ଧରଣୀ 

ପ୍ରେମ ପୁର୍ଣ୍ଣେ ଚାଁହିଁ ଦେଲେ 

ପ୍ରେମ ସତ୍ୟ ସନାତନ ମହକ, ପୁଲକ

ଯୁଆଡେ ବି ଚାହିଁଲେ 

ପ୍ରେମ ରେ ଜିଇଁବା ପ୍ରେମରେ ମରିବା 

ପ୍ରେମ ଝର, ସୁଶୀତଳ ବାଆ ବହୁଥିଲେ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance