STORYMIRROR

Anjana Naik,Anju..Deogarh

Action Classics Inspirational

3  

Anjana Naik,Anju..Deogarh

Action Classics Inspirational

ଆଶା

ଆଶା

1 min
183

ଗୋଟିଏ ବର୍ଷକୁ ବିଦାୟ ଦେଇ

ଏକ ନୂଆଁ ବର୍ଷର ପ୍ରାରମ୍ଭରେ 

ଆଖିରେ ଆଖିଏ ସ୍ଵପ୍ନ ଭରି 

ଖୋଲା ଆକାଶକୁ ସାଖି ରଖି 

ହାରିଲି କେତେ ଜିତିଲି କେତେ

ହିସାବ ଖୋଜୁଛି ଆଙ୍ଗୁଳି ଗଣି

ହାତରେ କେବଳ ଗାଢ଼ ରେଖାଙ୍କର ଭିଡ଼ 

ଏବେ ବିନା ବଇନାରେ 

ଧୋକା ବି ହୋଇଛି ସସ୍ତା 

ପ୍ରତ୍ୟକ ସମ୍ପର୍କରେ ପ୍ରତ୍ୟହ 

ମିଳିଯାଏ ବେହିସାବ ହାତ ପାହାନ୍ତାରେ।


ହାତରେ ଏବେ ମୋ ମୁଠାମୁଠା 

ହତାସା, ଅପାରଗତା, ପରିତାପ

ଚିଡ଼ିଚିଡ଼ା ପଣର ପରିଚୟପତ୍ର  

ବଦଳେଇବା ଯଦି ହୁଅନ୍ତା ସହଜ

ସ୍ବପ୍ନ ସାଉଁଟି ଆଣି 

ସଜେଇ ଦିଅନ୍ତି ମୁଦା ଆଖିରେ 

ପୁଣି ବୋହି ଆଣନ୍ତି ବସ୍ତା ବସ୍ତା 

ସୁଖର ଅତିଶୟ ଓ ପ୍ରୀତି ଅତିରେକ ।


ତଥାପି ପ୍ରତୀକ୍ଷା ନିର୍ନିମେଷ ନେତ୍ରେ

ତୁ...!! କେବେ ବିନା ଅର୍ଦଳିରେ

ମୋର ଖେଦୋକ୍ତି ବିନା 

ଅମୃତ ମଣୋହି ଆଣି

ପରସିଦେବୁ ତାମରସ ଥାଳିରେ 

ଆଉ ପୂର୍ଣତାର ଆଶା ଦେଖେଇବୁ

ଘନଘୋର ତମିସ୍ରାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action