STORYMIRROR

DR PRASANTA KUMAR BISWAL

Action Inspirational

3  

DR PRASANTA KUMAR BISWAL

Action Inspirational

ରୁକ୍ଷ ମରୁରେ ଜନ୍ମ ନିଅ ବାରେ

ରୁକ୍ଷ ମରୁରେ ଜନ୍ମ ନିଅ ବାରେ

1 min
223


କ୍ରାନ୍ତିରେ ଜନମ କ୍ରାନ୍ତିରେ ଜୀବନ

କ୍ରାନ୍ତିର ହୁଏ ମରଣ,

ଜାତୀର କଲ୍ଯାଣ ଯାହାର ଦର୍ଶନ 

ବୀର ସୁରେନ୍ଦ୍ର ମହାନ।।


ଅନ୍ଧାରୀ ମୂଲକେ ଉଜ୍ଜ୍ବଳ ତପନ

ସମ୍ବଲପୁରର ପ୍ରାଣ,

ଖୀଣ୍ଡାର ଗ୍ରାମରେ ଧରମ କୋଳକୁ

ସାଦରେ କଲେ ମଣ୍ଡନ ।।


ଉତ୍କଳ ମାଟିର ଅସ୍ମିତା ସିଏ ଯେ

ରାଜ ବଂଶର ସନ୍ତାନ, 

ମାଟିର ସୌରଭ ଜାତୀର ଗରବ

ନାଶେ ଫିରିଙ୍ଗି ଶାସନ ।।


ନିଜ ସ୍ବାର୍ଥ ଭୁଲି ସୁଖ ଦେଲେ ଠେଲି

ମୁକ୍ତିର ବୀର ପଥିକ,

ସ୍ବାଧୀନତା ଯାର ଜୀବନର ଗାର

ତ୍ଯାଗ, ଜୀବନ ଜାତକ।।


ସ୍ବର୍ଗେ ଥାଇ ତୁମେ ଦେଖ ହେ ସୁରେନ୍ଦ୍ର 

ତୁମ ଗଢା ଏ ଭାରତ,

ନିଜ ସ୍ବାର୍ଥ ଲାଗି ମତ୍ତ ଏଠି ସବୁ

ଭାଇଭାଇ ରକ୍ତପାତ ।।


ନିଜ ସ୍ବାର୍ଥ ଲାଗି ଘୃଣ୍ଯ ରାଜନୀତି

କରନ୍ତି ଏଠାରେ ନେତା,

ଆଖି ଥାଉ ଥାଉ ଅନ୍ଧ ସବୁ ଆଜି

ନୀରବେ ଦେଖେ ଜନତା ।।


ଅର୍ଥର ପୂଜାରୀ ସାଜିଛନ୍ତି ସର୍ବେ

ତ୍ଯାଗ ସେବା ଯେତେ ଭୁଲି,

ଦେଶପ୍ରେମ ଭାବ ମାତୃଭାଷା ଲୋଭ

 ମନରୁ ଗଲାଣି ଚାଲି ।।


ମାନବ କଲ୍ୟାଣ ହେଲାଣି ଉଭାନ

ସ୍ବାର୍ଥରେ ଅନ୍ଧ ସକଳ,

ମାନବିକତା ହୀନ ଭ୍ରଷ୍ଟ ଏ ଜୀବନ

ମିଛ ସୁଖରେ ପାଗଳ ।।


ସ୍ବାଧୀନତା ଆଜି ସଙ୍କଟ ଲାଗୁଛି

କରୁଥିବ ମନସ୍ତାପ, 

ରୁକ୍ଷ ଏ ମରୁରେ ଜନ୍ମ ନିଅ ବାରେ

ଫେରିବ ପୂରୂବ ରୂପ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action