STORYMIRROR

Debabrata Mishra

Romance Action Classics

3  

Debabrata Mishra

Romance Action Classics

ସୁନୟନାର ସ୍ୱପ୍ନପୁରୀ

ସୁନୟନାର ସ୍ୱପ୍ନପୁରୀ

1 min
122


ଉର୍ବର ମାଟି ହେବି ସେହି ବଗିଚାର 

ଯେଉଁ ଆଶା ବଗିଚାରେ ପଲ୍ଲବିତ ହେବ ତୋର ସୁଖକୁସୁମ

ଗାଢ ନିଦ ହେବି ସେହି ରାତିର

ଯେଉଁ ରାତିରେ ଦେଖିବୁ ତୁ ସୁନେଲି ସ୍ୱପ୍ନ ମନୋରମ, 

ଯିଏ ତୋର କାରଣ

ମନ୍ଦିରରେ ଦୀପ ଜାଳିବାର

ଯିଏ ତୋର ରାଜକୁମାର 

ସରଳ ସୁନ୍ଦର ମନ ରାଇଜର, 

ଯାହା ହସରେ ତୋ' ଓଠେ ଫୁଟିଉଠେ ହସ

ମୁଖେ ତୋର ଆନନ୍ଦ ର ଉଜ୍ଜ୍ବଳ ପ୍ରକାଶ

ଯାହା ଆଖିରେ ଲୁହ ଦେଖିଲେ 

ତୁ ହୋଇଯାଉ ବିଷାଦ, ଉଦାସ, ନିରାଶ, 

ସେ ହସୁ ସୁଖେ ଚିରଦିନ 

ତା' ମନ ଆକାଶଟା ତୋ' ଦ୍ୱାରା ହେଉ ପୂର୍ଣ୍ଣ

ତୋ' ଆଖି ପଲକେ ସେ ସଦା ବସୁ

ତୋ' ପାଇଁ ସାଜୁ ସେ ପ୍ରୀତିର ମିଠା ଶ୍ରାବଣ,

ସୁନୟନା ତୋ' ସ୍ୱପ୍ନ ପୁରୀରେ 

ପ୍ରେମର ପ୍ରଜାପତି ଉଡୁଥାଉ ସନ୍ଧ୍ୟା ସକାଳ

ମୁଁ ହେବି ରଙ୍ଗର କଣିକାଟିଏ

ଜୀବନ ତୋ' ଚମକୁ ମୋତିପରି ହେଉ ଉଜ୍ଜ୍ବଳ,

ମଧୁର ମଳୟ ଆଣୁ ଶୋଭନୀୟ ବାର୍ତ୍ତା

ମନରେ ଆଶା, ସ୍ୱପ୍ନ ଆକାଂକ୍ଷା ଅସୁମାରୀ ଯାଉ ପୁରୀ

ସ୍ୱପ୍ନ ଠାରୁ ବାସ୍ତବତା ହେଉ ଆହୁରି ସୁନ୍ଦର

ତୋ ହସ ତୋତେ ରଖିଥାଉ ଆଜନ୍ମ ସୁନ୍ଦରୀ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance