ପ୍ରେମ କରେ, କହିବା ସହଜ
ପ୍ରେମ କରେ, କହିବା ସହଜ
ମୋର ମନ, ପ୍ରାଣ, ହୃଦୟ ଓ ଭାବନା,
କିଣିଲ ତାହା, ଦେଇ ନୂତନ ସ୍ପନ୍ଦନ ସିନା ।
ତୁମ ସହ କେତେ ସମ୍ପର୍କ ଥିଲା ମୋର
ଲେଖିବି ହାତରେ ଧରିଲି କଲମ ମୋର ।
ପ୍ରୀତିରେ ଥିଲା ଆଶା ହେବୁ ଆପଣାର
ବୁକୁ ଚିରି ଦେଖାଇ ପାରିବିନି ହୃଦୟ ଭିତର ।
ଚାଲିଗଲ ଛିନ୍ନ କରି ସବୁ ମାୟାର ବନ୍ଧନ
ଅତିକ୍ରମି ପ୍ରୀତି ରେଖାକୁ, ନକରି ପରିପୂର୍ଣ୍ଣ ।
ଆଖି ପାଣି ସିନା ମୋର ଆଖିରେ ମରିଲା
ଅପେକ୍ଷା କରି କରି ଦିନ କାଳ ସରି ଆସିଲା ।
ଆଶାୟୀ ମନଟା ମୋର ଆଶାରେ ରହିଲା
ମୋର ଅଧା ଲେଖା ସେମିତି ଅଧା ରହିଗଲା ।
ପ୍ରେମ କରେ, ଏହା କହିବା ଅତୀବ ସହଜ
ବିରହରେ, ପ୍ରେମର ଚାଲିଯାଏ ସବୁ ମଉଜ ।