STORYMIRROR

Gouttam kachim

Action

3  

Gouttam kachim

Action

ପ୍ରେମ ସୁଖ ଦୁଃଖର ଗନ୍ତା ଘର

ପ୍ରେମ ସୁଖ ଦୁଃଖର ଗନ୍ତା ଘର

1 min
539

ପ୍ରେମ ସୁଖ ଦୁଃଖର ଅସରନ୍ତି ଭଣ୍ଡାର

ପ୍ରେମ ଏମିତି ଏକ ବନ୍ଧନ,

ଯେ କି ଦୁଇଟି ଅଜଣା ଅଚିହ୍ନା ମଣିଷ ର,

ହୃଦୟର ମିଳନ କରେ,

ପ୍ରେମ ହୋଉ ହୋଉ ହେଇ ଯାଏ,

କିନ୍ତୁ ହେଲା ପରେ ପରେ,

ମନୋ ମାଲିନ୍ୟ ଉପୁଜେ,

ତାପରେ ଦେଇ ଯାଏ ,

କାହାକୁ ଲୁହ ପୁଣି କାହାକୁ ଖୁସି ।


ପ୍ରେମ କାହା ପାଇଁ ହସ,

କାହା ପାଇଁ ଲୁହ,

କାହା ପାଇଁ ଅମୃତ,

କାହା ପାଇଁ ବିଷ,

କାହା ପାଇଁ ପ୍ରତୀକ୍ଷା,

କାହା ପାଇଁ ଅପେକ୍ଷା,

କାହା ପାଇଁ ଉପେକ୍ଷା,

ପୁଣି କାହା ପାଇଁ ଆତ୍ମ ହତ୍ୟା,

ତ କାହା ପାଇଁ ଆତ୍ମ ସନ୍ତୋଷ ।


ପ୍ରେମ କାହାପାଇଁ ଶାନ୍ତି,

କାହା ପାଇଁ ଅଶାନ୍ତି,

କାହା ପାଇଁ ନାଟକ,

କାହା ପାଇଁ କେବଳ ଅଭିନୟ,

ପ୍ରେମ କାହା ପାଇଁ ସତ୍ୟ,

କାହା ପାଇଁ ମିଥ୍ୟା,

ପ୍ରେମ ଏସବୁକୁ ନେଇ ରହିଛି,

ସେ ସୁଖ ଓ ଦୁଃଖ ର ଗନ୍ତା ଘର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action