ପାର୍ବଣ ରେ ଦୁର୍ଗା ପୂଜା
ପାର୍ବଣ ରେ ଦୁର୍ଗା ପୂଜା
ଖୁସିର ପସରା ମେଲାଇ ଆସିଛି,
ପାର୍ବଣର ଦୁର୍ଗା ପୂଜା,
ଗାଁ ଠୁ ସହର ଉତ୍ସବ ମୁଖର,
ଚମକୁଛି ମେଢ଼ ସଜା।।
ଦୂର୍ଗତୀନାଶିନୀ
କେଶରୀବାହିନୀ,
ମହିଷାରୀଦଶ ଭୁଜା,
ବିରାଜିତ ମଞ୍ଚେ,
ଭକତ ହିତରେ,
ବାଜୁଛି ମାଆଙ୍କ ବାଜା।।
ଭକ୍ତ ମନ ବାଞ୍ଛା
କରିବେ ପୂରଣ,
ଦୁଷ୍ଟକୁ ଦେବେ ଯେ ସଜା,
ଯୁଗେ ଯୁଗେ ଖ୍ୟାତ,
ଦୁର୍ଗତି ନାଶିନୀ,
ନାମରେ ଉଡ଼େ ହୋ ଧ୍ଵଜା।।
