STORYMIRROR

Gouttam kachim

Others

3  

Gouttam kachim

Others

ଭିଜା ମାଟିର ବାସ୍ନା

ଭିଜା ମାଟିର ବାସ୍ନା

1 min
218

ବାସ୍ନା, ବାସ୍ନା ଫୁଲର ଥାଏ,

ବାସ୍ନା ମହୁର ଥାଏ,

ବାସ୍ନା ଘିଅ ର ଥାଏ,

ବାସ୍ନା ମଦର ଥାଏ,

ବାସ୍ନା ସ୍ୱେଦର ଥାଏ,

ବାସ୍ନା ତେଲର ଥାଏ,

ବାସ୍ନା ଅତର ର ଥାଏ,

ଠିକ୍ ସେମିତି ବାସ୍ନା,

ମାଟି ର ବି ଥାଏ,

କିନ୍ତୁ ଶୁଷ୍କ ମାଟିରୁ ବାସ୍ନା,

ବାରି ହୁଏ ନାହିଁ,

ମାଟିର ବାସ୍ନା ସେତିକି ବେଳେ ମହକେ,

ଯେତେ ବେଳେ ଦୀର୍ଘ ଚାରିମାସ କାଳ

ନିଦାଘ ରେ ପୋଡ଼ିଲା ପରେ,

ମୌସୁମୀ ରାଣୀ କଳା ମେଘି ଶାଢ଼ୀ ପିନ୍ଧି,

ଧରା ପୃଷ୍ଠରେ ବରଷି ଦିଏ,

ବରଷା ର ଧାର,

ସେତିକି ବେଳେ ମହକି ଉଠେ,

ଭିଜା ମାଟି ର ବାସ୍ନା,

ସେ ବାସ୍ନା ରେ ମନ ପ୍ରାଣ ହେଇ ଯାଏ ମୁଗ୍ଧ,

ଦେହ ପାଏ ଶୀତଳତା,

ନିଦାଘ ଗଲା ପରେ ମନେ ହୁଏ,

ଶତ୍ରୁର ହେଇଛି ଦମନ,

ପୁଣି ଧରଣୀ ରାଣୀ ସବୁଜ ରଙ୍ଗର ବସ୍ତ୍ର ପରିଧାନ କରି,

ହସି ଉଠେ ଖିଲି ଖିଲି ହସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍