STORYMIRROR

Ch Loknath Reddy

Abstract Action Inspirational

3  

Ch Loknath Reddy

Abstract Action Inspirational

ବୃଥା ଭବିଷ୍ୟ

ବୃଥା ଭବିଷ୍ୟ

1 min
199

ଭବିଷ୍ୟତ ଚିନ୍ତା ଅତୀବ ଚିନ୍ତିବା ,ଏ' କଥା ନୁହଁଇ ଭଲ,

ବର୍ତ୍ତମାନ ସ୍ଥିତି ନଜର ରଖିଣ,କର୍ମ କଲେ ମିଳେ ଫଳ।


ଦୀର୍ଘଜୀବୀ ହୋଇ ଜିଇଁଥିବ ବୋଲି, କିଏବା ପାରିବ କହି,

ଆଜି ଜିଇଁଅଛ କାଲି ଝଡିଯିବ,ଏହା ହିଁ ସତ୍ୟ ଅଟଇ।


ଅତ୍ୟଧିକ ମିଛ ଆଶାରେ ବଞ୍ଚିଲେ,ଭାବଦିଅ ମନୁ ମଲ,

ଭବିଷ୍ୟତ ଚିନ୍ତା ଅତୀବ ଚିନ୍ତିବା,ଏ' କଥା ନୁହଁଇ ଭଲ।


କିଏ କେତେ କଥା କହିବେ ସଂସାରେ, ଆଗେ ଗୋଟେ ପଛେ ଗୋଟେ,

ଏ' ସବୁ କଥାକୁ କାନେ ନ' ପୁରେଇ, ନିଜେ ଚାଲ ନିଜ ବାଟେ।


ସଂସାର ସାଗର ଅଢେଇ ଦିନିଆଁ,କିଏ ବା ଏଠି ରହିବେ,

ସଭିଏଁ ନିଜର ଅଭିନୟ ସାରି, କାଳବଳେ ବାହୁଡିବେ।


କେବେ କ'ଣ ହେବ କିଏ ବା ଜାଣିଛି,ଜିଇଁ ଥିଲେ ପୁଣି ମଲ,

ବର୍ତ୍ତମାନ ସ୍ଥିତି ନଜର ରଖିଣ,କର୍ମ କଲେ ମିଳେ ଫଳ।


ସନ୍ଦେହ ଆସକ୍ତି ସ୍ୱାର୍ଥପର ଭାବ, ଚିରନ୍ତନ ଭୁଲିଯିବ,

ଶାନ୍ତି କ୍ଷମା ଦୟା ସୁଚିନ୍ତା କରିଣ,ସରବଦା ଚାଲୁଥିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract