STORYMIRROR

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

ଜାତୀୟ ଗୌରବ ମଧୁସୂଦନ ଦାସ ସ୍ମରଣେ

ଜାତୀୟ ଗୌରବ ମଧୁସୂଦନ ଦାସ ସ୍ମରଣେ

1 min
187


୧୯୩୪ ମସିହା, ଫେବୃଆରୀ ମାସ, ଚାରି ତାରିଖରେ ଉତ୍କଳର ମୁକୁଟ ବିହୀନ ସମ୍ରାଟ ଚିରନିଦ୍ରାର ଏହି ଦିନରେ ମୁଁ, ଚିତ୍ତ ରଞ୍ଜନ ନନ୍ଦ ମୋର ଭକ୍ତି ନିବେଦନ କରୁଛି. ଓଡିଆ ଜାତି କୃତଘ୍ନ ନୁହେଁ ଓ କେବେ ବି କୃତଘ୍ନ ହେବନି, ଆପଣଙ୍କ ପରି ଜଣେ ଖାଣ୍ଟି ଓଡ଼ିଆର ପାଦ ତଳେ ପ୍ରଣତି ଢାଳିବା ପାଇଁ । 


ହେ ଉତ୍କଳର ମୁକୁଟ ବିହୀନ ସମ୍ରାଟ ତୁମେ 

ସତେ କଅଣ ବିଦାୟ ନେଇଛ 

ମୁଁ କୁହେ ରଣଭୂମେ ଯୁଝି ଯୁଝି ସାମାନ୍ୟ ତ

ବିଶ୍ରାମ ଟିକେ ନେଇଛ


ହେ ଐରାବତ, ମୋ ମନ ମଧ୍ୟେ ଜାଗେ 

ଆଉ ଥରେ ନିଶ୍ଚୟ ଜାଗି ଉଠିବ

ମାଗିଖିଆ ପ୍ରକୃତି ସୃଷ୍ଟି କର୍ତ୍ତା ବିରୋଧରେ

ଫେରେଇ ଆଣିବ ଜାତୀୟ ଗୌରବ


ସବୁରି ହୃଦୟରେ, ଓଡିଶା ଜଳବାୟୁରେ

ଭରିଛ ଦେଇଛ ଭାବନା ସ୍ୱାଭିମାନର

ସେଇ ଭାବନା ତ ଆଜି ଭରି ରହିଛି ପ୍ରାଣେ

ଆମର ପ୍ରାଣେ ନାହିଁ ତ ମରଣ ତାର


ହେ ପୁଂଜିପତିର ସେବକ, ଯେତେ କରୁଅଛ

ଚେଷ୍ଟା ମାଗିଖିଆ କରାଇବ ବସି

ଅସ୍ଥିସ୍ନାୟୁରେ ଆମର ଜାତିସ୍ମର ମଧୁସୂଦନଙ୍କ

ଧ୍ଵନି, ନ ଛୁଇଁବ ନ ଛୁଇଁବ ଆମକୁ ତମର ମସୀ


ଆବେଗେ ଆଗ୍ରହେ ହେ ମଧୁବାବୁ, ତୁମ ଆତ୍ମା

ଦିନେ ନା ଦିନେ ଆସିବ ଉଠେଇବାକୁ 

ନିଦ୍ରା ପରିହରି, ମୋ ଦେଶର ମାଆ ଭାଇ, ଜାଗି

ଉଠି ଉଡାଇବେ ତ ବିଜୟ ପତାକାକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action