Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalita Mohan Dash

Action Inspirational

3  

Lalita Mohan Dash

Action Inspirational

ମୁଁ ଆଉ ତୁ

ମୁଁ ଆଉ ତୁ

1 min
643



(ମୁଁ)

କେତେ ଅଭିମାନ କରିବି କାଳିଆ

ତୋହରି ଉପରେ ଆଉ ।

ସବୁ ସମ୍ପର୍କକୁ କାଟି ଦେଇଥିଲି

ତୋତେ ପାଇ ମହାବାହୁ ।।୧

ବାନ୍ଧି ଥିଲି ବନ୍ଧୁ ତୋହର ସାଥିରେ

ସବୁ ଯେବେ ଦେଲେ ଧୋକା ।

ତୁବି ମୋତେ ଦିନେ ଆପଣର କଲୁ

ଡାକି ଦେଇଥିଲୁ ସଖା ।।୨

ହେଲେ କ'ଣ ଏଠି ବନ୍ଧୁର କର୍ତ୍ତବ୍ୟ

ବନ୍ଧୁଙ୍କୁ ଦେଖିବା ମନା ।

ବନ୍ଧୁ ଠାରୁ ଆଜି ବନ୍ଧୁକୁ ଅଲଗା

କରି ଦେଲା ଏ' କରୋନା ।।୩

ତୁ' ଚାହିଁ ଥିଲେ ଏଇ ମହାମାରୀ

ହୋଇ ନଥାଆନ୍ତା ଦୂର ।

ଦେଖି ନଥାଆନ୍ତେ ଦେଉଳକୁ ଯାଇ

ଭକତ ମାନେରେ ତୋର ।।୪

ଜଣେଇ ଦେଲୁ ତୁ' ସାରା ଜଗତକୁ

କରୋନାକୁ ଡରି ଗଲୁ ।

ହେଲୁ ସେହି ଯୋଗୁ ଲୁଚି ଲୁଚି ବେଶ

ଭକ୍ତକୁ ଦୂରେଇ ଦେଲୁ ।।୫

(ତୁ)

କାହିଁ ଅଭିମାନ କରୁଛୁ ତୁହିରେ

କଲେ କିଛି ଲାଭ ନାହିଁ ।

କ,ଣ ଆଉ ଏଠି କରିବି କହୁନୁ

ନିରୁପାୟ ପରା ମୁହିଁ ।।୧

ବନ୍ଧୁ ଥିଲି ତୋର ବନ୍ଧୁ ହୋଇ ଥିବି

ବନ୍ଧୁ ବି ଆଜି ମୁଁ' ତୋର ।

ଦେଖି ପାରିଲୁନି ବୋଲି ଅଭିମାନ

ନାଗାର୍ଜୁନ ବେଶ ମୋର ।।୨

ମାନବୀୟ ଲୀଳା କରୁଛି ମୁଁ' ଏଠି

ମୋ' ହାତରେ କିଛି ନାହିଁ ।

ମାନିବାକୁ ବାଧ୍ୟ ହେବି ତାଙ୍କ କଥା

କଥା ଦେଇଛିରେ ମୁହିଁ ।।୩

ବାକି ରହିଲା ଏ ମହାମାରୀ କଥା

ଗଲାଣି ବରଷେ ପୁରି ।

ଜାଣନ୍ତିନି କ'ଣ ନାଗାର୍ଜୁନ ବେଶ

ହେବ ଏଇ ସନେ ମୋରି ।।୪

ନିୟମରେ ମଦ ଦୋକାନ ଖୋଲିଲେ

ପାଇବାକୁ ସିଏ ଲାଭ ।

ମୋର ଦରଶନେ କ'ଣ ମିଳିବ

ବଢି ଯିବ ଭକ୍ତି, ଭାବ ।।୫


Rate this content
Log in

Similar oriya poem from Action