ନୂଆବରଷ
ନୂଆବରଷ
ନୂଆ ବରଷ ଆଣ ନୂଆ ପରଶ
ନୂଆ ଲାଗୁ ଦୁନିଆଁ, ନଥାଉ ବିଦ୍ବେଷ ।
ଦେଇ ଟିକିଏ ହସ, ପାଉ ଟୋପେ ଆଶିଷ
ଦୟା କ୍ଷମା ମଣିଷପଣିଆରେ ଭରାଭରା ସ୍ପର୍ଶ ।
ନର ନାରୀ ଶିଶୁ ବୃଦ୍ଧା ବୃଦ୍ଧ ହସନ୍ତୁ ଅବଶ୍ୟ
ନାରୀ ଶିକ୍ଷା ସଂସ୍କୃତି ସଙ୍ଗେ ତ୍ୟାଗ ଅଶେଷ ।
ବଳ ବୀର୍ଯ୍ୟ କର୍ମ ଧର୍ମ ଧ୍ୟାନ ବଢାଉ ପୁରୁଷ
ଆଧ୍ୟାତ୍ମିକ ଚିନ୍ତା ଚେତନାର ଫୁଲ ଫୁଟୁ ଏବର୍ଷ ।
ରୋଗ, ଶୋକ, ଋଣ, ଦୁଃଖ, ମହାମାରୀ,ବିଶେଷ୍ୟ
ଦୁରେଇ ଦିଅ ନୂଆବରଷ ଆଣ ଉଲ୍ଲାସ ହର୍ଷ ।
କାହା ମନେ ନରହୁ ତିଳେ ଅବିଶ୍ୱାସ, ଲେଶ
କର୍ମଯୋଗୀ ସାଜିବେ,ବୀର ଯୋଦ୍ଧା ପୁରୁଷ ।
ନୂଆବରଷ ଦୁରେଇ ଦିଅ ଯାତନା କ୍ଳେଶ
ହସରେ, ରାଗମଲ୍ହାର ଜୀବନେ ଭରୁ ପିୟୁଷ ।
ହେ ଧରିତ୍ରୀ,ମାଟିମାଆ ଦେ ଆଶିଷ ଆୟୁଷ
ତାରାଫୁଲେ ଫୁଲି,ଜହ୍ନହସୁ ଖିଲିଖିଲି, ଆକାଶ ।
ରାମରାଜ୍ୟ ଫେରିଆସୁ ପାଇ ନବବର୍ଷର ସ୍ପର୍ଶ
ସ୍ରଷ୍ଟାଙ୍କ ସୃଷ୍ଟିସମ୍ଭାରେ ଓଁ ହେଉ ନିଶ୍ୱାସ ବିଶ୍ୱାସ ।
ସ୍ୱାର୍ଥର ଉର୍ଦ୍ଧରେ ରହି ଦେଶ, ଜାତିର ସାଜି ସାରସ
ସୁନ୍ଦର ସରସ କରି ଦେଶ, ଲେଖିବା ସ୍ବର୍ଣ୍ଣ ଇତିହାସ l
