ସାଧାରଣତନ୍ତ୍ର ଦିବସରେ
ସାଧାରଣତନ୍ତ୍ର ଦିବସରେ
ଭାରତ ମାତାର ସ୍ବାଧୀନତା ପାଇଁ
ନିଜ ଅଧିକାର କୁ ପାଇବା ପାଇଁ
ମୁକ୍ତ ଭାବରେ ନିଜ ନାଆ ର ନିଜେ ନାଉରି ହେବା ପାଇଁ
କେତେ ଯେ ସଂଗ୍ରାମ କରି ନ ଥିଲେ ଆମ ପୂର୍ବସୂରୀ ମାନେ
ତ୍ୟାଗ କରି ଦେଇଥିଲେ ସବୁକିଛି
ତିଳ ତିଳ କରି ଜାଳିଥିଲେ ନିଜକୁ
ଭାରତ ମାତାକୁ ଅନ୍ଧାରି କାରାଗାରୁ ମୁକ୍ତି ପାଇଁ
ନିଜେ ପାଣି ଛଡାଇ ଜୀବନ କୁ
ବେତ କୋରଡା ସହୁଥିଲେ
କାରାଗାର ଭିତରେ ମାସ ମାସ ବର୍ଷ ବର୍ଷ ଅତିକ୍ରାନ୍ତ
ତଥାପି ପଛଘୁଞ୍ଚା ନ ଥିଲା
ଭାରତ ମାତାର ପାଦରୁ ବେଡି ଫିଟିବା ଯାଏ
ସ୍ବାଧୀନ ହେଲା ଭାରତ
ଉଲ୍ଲାସ ଖେଳିଲା ଚତୁର୍ଦ୍ଦିଗେ
ଭାରତ ଶାସନ ପାଇଁ ତିଆରି ହେଲା ସମ୍ବିଧାନ
ପ୍ରୟୋଗ ହେଲା ନିତି ନିୟମ
ସର୍ବ ଧର୍ମ ର ଭାଷାର ସମନ୍ବୟ ର କ୍ଷେତ୍ର ହେଲା
ସ୍ବାଧୀନତା ର ଅମୃତ ମହୋତ୍ସବ ବି
ପାଳନ ହେଲା କୋଣ ଅନୁକୋଣେ
ହେଲେ ତା ପାଇଁ କି ଫରକ୍ ଏ ସ୍ବାଧୀନତାର
ଅବା ସାଧାରଣ ତନ୍ତ୍ର ଦିବସ ର ମାନେ
ଯା ପାଇଁ ଆଜି ବି ଜାତି ନାଁ ରେ
ପ୍ରବେଶ ନିଷେଧ ଦେବାଳୟକୁ
ଯେ ଆଜି ବି ନିଷ୍ପେସିତ ହେଉଛି ଜମିଦାର ପାଖରେ
କିଛି ଟଙ୍କା ପାଇଁ ବନ୍ଦା ପକାଇଛି ନିଜକୁ
ଉପାର୍ଜିତ ଧନ ସବୁ ଆଉ କାହା ପାଇଁ
ନିଜ ଛୁଆ ର ଲଜ୍ଜା ଢାଙ୍କିବାର ସାମର୍ଥ୍ୟ
ହରାଇ ଥିବା ବାପା ପାଇଁ କି ସାଧାରଣତନ୍ତ୍ର ଦିବସ
ଖାଲି ମନେ ମନେ ଖୁସି ସିନା
ଭୋକିଲା ପୁଅ ମୁହଁ ରେ ମିଠା ବୁନ୍ଦି ଟିକେ ଦେବ
ଯେବେ ଆକାଶରେ ଉଡିବ ପତାକା ନା ତା ପାଇଁ ଥାଏ ସ୍ବତନ୍ତ୍ରତା ନା ସାଧାରଣତନ୍ତ୍ର ର ବିଶେଷତା ।
