STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ଭଡାଘର

ଭଡାଘର

1 min
202

ଭଡ଼ାଘରେ ରାହିବାକୁ ପଡେ

କେବେ ଆବଶ୍ୟକ ହେଲେ 

ଠିକ ସମୟରେ ପଇସା ଗଣିଲେ 

ହେବ ନାହିଁ କଲବଲ କେବେହେଲେ 

ନିଜ ଘର ଭାବି କରି ଦାଗରାଜି 

ଚାଲିଯିବାରେ ଯୋଉ ଆନନ୍ଦ 

ଶାନ୍ତି ସଂହତି ପାରସ୍ପରିକ ବୁଝାମଣାରେ 

ଜୀବନ ଲାଗେ ନିରାନନ୍ଦ 

କେବେ କେବେ କୋଉ ମାଲିକ ଜୁଲମ 

ଲାଗଇ ଅସହିଷ୍ଣୁତା 

ନିଜେ ଭଡଦେଇ ପାଇଥିଲେ ଅଭିଜ୍ଞତା 

କଷ୍ଟ ହେବ ନାହିଁ କିଛି କଥା 

ଦୂର ବିଦେଶରେ ଚାକିରୀ କରିଲେ 

ଘରଭଡା ଆବଶ୍ୟକତା 

କେବେ କେବେ ପୁଣି ପିଲାଙ୍କ ପାଠ ପଢା ପାଇଁ 

ଭଲ ଘର ମିଳିବା ଚିନ୍ତା 

କେହି କେହି ଘରଭଡା ଦେଇ ନେଇ 

ବାଢ଼ନ୍ତି ସାମାଜିକତା 

ସଚୋଟତା ଥିଲେ ସବୁ ଭଲଲାଗେ 

ଆବଶ୍ୟକ ଓ ପରିପୂରକତା 

ମଣିଷ ଗୋଟିକୁ ପ୍ରକୃତି ଗୋଟିଏ 

ଜୀବନଟା ଖିଏ ସୂତା 

ସବୁ ଭଲ ମନ୍ଦ ବୁଝି ଚଳିଯାଏ ସିଏ 

ଯାର ଥିବ ମଣିଷପଣିଆ ଆଉ ମାନବିକତା 

ଭଡାଘର ଅତି ଉତ୍ତମ ଲାଗିବ ଚଳିବାକୁ 

ଥିଲେ ଆବଶ୍ୟକ ଓ ବନ୍ଧୁଭାବପର୍ଣ୍ଣତା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract