ଭଡାଘର
ଭଡାଘର
ଭଡ଼ାଘରେ ରାହିବାକୁ ପଡେ
କେବେ ଆବଶ୍ୟକ ହେଲେ
ଠିକ ସମୟରେ ପଇସା ଗଣିଲେ
ହେବ ନାହିଁ କଲବଲ କେବେହେଲେ
ନିଜ ଘର ଭାବି କରି ଦାଗରାଜି
ଚାଲିଯିବାରେ ଯୋଉ ଆନନ୍ଦ
ଶାନ୍ତି ସଂହତି ପାରସ୍ପରିକ ବୁଝାମଣାରେ
ଜୀବନ ଲାଗେ ନିରାନନ୍ଦ
କେବେ କେବେ କୋଉ ମାଲିକ ଜୁଲମ
ଲାଗଇ ଅସହିଷ୍ଣୁତା
ନିଜେ ଭଡଦେଇ ପାଇଥିଲେ ଅଭିଜ୍ଞତା
କଷ୍ଟ ହେବ ନାହିଁ କିଛି କଥା
ଦୂର ବିଦେଶରେ ଚାକିରୀ କରିଲେ
ଘରଭଡା ଆବଶ୍ୟକତା
କେବେ କେବେ ପୁଣି ପିଲାଙ୍କ ପାଠ ପଢା ପାଇଁ
ଭଲ ଘର ମିଳିବା ଚିନ୍ତା
କେହି କେହି ଘରଭଡା ଦେଇ ନେଇ
ବାଢ଼ନ୍ତି ସାମାଜିକତା
ସଚୋଟତା ଥିଲେ ସବୁ ଭଲଲାଗେ
ଆବଶ୍ୟକ ଓ ପରିପୂରକତା
ମଣିଷ ଗୋଟିକୁ ପ୍ରକୃତି ଗୋଟିଏ
ଜୀବନଟା ଖିଏ ସୂତା
ସବୁ ଭଲ ମନ୍ଦ ବୁଝି ଚଳିଯାଏ ସିଏ
ଯାର ଥିବ ମଣିଷପଣିଆ ଆଉ ମାନବିକତା
ଭଡାଘର ଅତି ଉତ୍ତମ ଲାଗିବ ଚଳିବାକୁ
ଥିଲେ ଆବଶ୍ୟକ ଓ ବନ୍ଧୁଭାବପର୍ଣ୍ଣତା l
