Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Action Inspirational

3  

Bharatabandhu Biswal

Tragedy Action Inspirational

ଅଠାକାଠି

ଅଠାକାଠି

1 min
204



ଅଠାକାଠି ଅଛି ଖଞ୍ଜା ନିବୁଜ ପିଞ୍ଜରା ବେଢା

ଖେଳୁଛି ଓଲଟ ହ°ସ ଜୀବନ ପ୍ରାଣ,

ଅଶରିରୀ ସେ ଅଦୃଶ୍ୟ ଚଳାଏ ଶରୀର ରଥ

ଘଟେ ଘଟେ ବିଦ୍ୟମାନ ସଚ୍ଚିଦାନନ୍ଦ ।


ସୃଷ୍ଟି ସତ୍ୟ ସନାତନ ଜୀବନ ଅମୃତ କଣ

ସ୍ଥାବର ଜଙ୍ଗମ ପ୍ରାଣୀ କୀଟ ତରୁଲତା,

ଉଦ୍ଭାସଇ ପଞ୍ଚତତ୍ତ୍ୱ ଜ୍ୟୋତିଦୀପ୍ତ ବ୍ରହ୍ମସତ୍ୟ

ସୁପଥେ ମିଳଇ ମୁକ୍ତି ଉତ୍ତରଇ ଆତ୍ମା ।


ଅରଜିଲେ ଯେତେ ବିଦ୍ୟା ମଣିଷ ଲଗାମ ଛଡା

ଅହଙ୍କାର ପ୍ରଦୂଷଣ ବିନାଶ କାରଣ

ଅନ୍ୟାୟ ଅନୀତି ଘୋର କଳାଧଳା ଘୋଡା ଦୈ।ଡ଼

ନିବାର ଜଗତ ନାଥ କର ପରିତ୍ରାଣ ।


ନୀଳାଚଳ ନୀଳକନ୍ଦେ ବସି ରତ୍ନ ସି°ହାସନେ

ପରମାତ୍ମା ଜଗନ୍ନାଥ ଶ୍ରୀପୁରୁଷୋତ୍ତମ

ଦିଅ ଦିବ୍ୟ ଦରଶନ ହସ୍ତେ ଧରି ସୁଦର୍ଶନ

ପ୍ରକାଶ କଳକୀରୂପ ନାଶ କଷଣ ।

    



Rate this content
Log in

Similar oriya poem from Tragedy