ଆଜି ଏ ସାଧାରଣତନ୍ତ୍ର ଦିବସେ
ଆଜି ଏ ସାଧାରଣତନ୍ତ୍ର ଦିବସେ
ଆଜି ଏ ସାଧାରଣତନ୍ତ୍ର ଦିବସେ
ଜାତୀୟ ପତାକା ତଳେ ଜନତା ହସେ ।
ସ୍ଲୋଗାନ ଧ୍ୱନୀ ସୁଗନ୍ଧ ବାସେ, ତା ପରଶେ
ମହାମାରୀ ଆସିଛି ବିଶ୍ୱେ, ହେଉନି ପରଶ ସ୍ପର୍ଶେ ।
ଆଜି ଦିନର ସମ୍ବିଧାନ ସ୍ମରଣେ ବିକାଶ ବର୍ଷେ
ମହାମାରୀ ଦେଲା ଭୟ, ହରିଲା ଓଠର ହସ ।
ତଥାପି ଜୀବନେ ଏ ଦିନ ଯେବେ ଆସେ
ମନ ପ୍ରଫୁଲ୍ଲିତ ହୁଏ ଜନମି ମୋ ଦେଶେ ।
ଆଜି ଏ ସାଧାରଣତନ୍ତ୍ର ଦିବସେ ଉଦାସେ
ବିତୁଛି ସମ୍ବିଧାନ ପ୍ରଣୟନ ଦିବସ ବିରସେ ।
ହେ ମହାମାରୀ ଓମିକ୍ରନ ଚାଲିଯା ହତାସେ
ମୋ ଦେଶ ରାମରାଜ୍ୟ ତୁଲ୍ୟ ବିକଶେ ବିକାଶେ ।
ଆଜି ଏ ସାଧାରଣତନ୍ତ୍ର ଦିବସେ, ଭାବନା ଆସେ
ରୋଗ କଷ୍ଟ ଦୁଃଖ ଋଣ ନବଢ଼ୁ ମୋ ଦେଶେ ।
ସଭିଏଁ ବଞ୍ଚନ୍ତୁ ହରଷେ,
ବିତିଯାଉ ଜୀବନ ସୁଗନ୍ଧ ବାସ ବାସେ ।
ଆତଙ୍କ ଲୁଟ ଧର୍ଷଣ ନହେଉ ମୋ ଦେଶେ
ମୋ ଦେଶ ନାମ ରହୁ ପୃଥିବୀର ଶୀର୍ଷରେ ହର୍ଷେ ।