STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ବିଶ୍ବଗୁର ମୋଦି ଦାସ ବୋସ୍

ବିଶ୍ବଗୁର ମୋଦି ଦାସ ବୋସ୍

1 min
251


ନୂଆ ଏ ଭାରତ କରୁଛି ଗର୍ବିତ     

ଯାର ବିଶ୍ବେ ଜୟକାର 

ନେତ୍ରଦେଖି ନାହିଁ ଜୀବନେ ଯାହାକି 

ନେତ୍ର ଦେଖୁଛି ଏଥର !!

           ନେତ୍ର ଦେଖୁଛି ଏଥର.............( ୧ )


ସମ୍ମାନ ମୋଦିଙ୍କ ବି ଶ୍ବ ଗୁ ରୁ ପରି

ମୋଦି ମୋଦି ରାବବିଶ୍ବେ

କହୁ ଅଛିରେ ବିଶ୍ବ ମୋଦି ଦା ବୋସ୍

ଅମୃତ ଏ କାଳ ଦେଶେ !!

            ନେତ୍ର ଦେଖୁଛି ଏଥର..........( ୨ )


ସ୍ଵୀକାର ବିଶ୍ବରେ ଯା ହା ଙ୍କ ର ବଳୁ 

ସେହୁ କର୍ମଯୋଗୀ ମୋଦି

ଜନ୍ମ ତାଙ୍କ ପରା ଏହୁ ମୃତ୍ୟୁ ଲୋକେ 

କୁହେ ବିଶ୍ବ ମୋଦି ମୋଦି !!

           ନେତ୍ର ଦେଖୁଛି ଏଥର..........( ୩ )


ଶୀର୍ଷ ସ୍ଥାନେ ଯେହୁ ବିଦ୍ୟମାନ ଆଜି 

କେତେ ଲୋକପ୍ରିୟ ସେହୁ

ବୃଦ୍ଧ ଯୁବା ଆଉ ବାଳକ ବାଳିକା 

ସମସ୍ତ ଙ୍କ ପ୍ରୀତି  ବହୁ !!

           ନେତ୍ର ଦେଖୁଛି ଏଥର........( ୪ )


ଦିନେ ଛୁଟି ନାହିଁ କାର୍ଯ୍ୟେ ଅବିରତ

ଅସାଧାରଣ ବ୍ୟକ୍ତିତ୍ଵ

ଆ ତ୍ମ ନି ର୍ଭର ଟି କରନ୍ତି ଭା ର ତ

କଲେ ବିଶ୍ବାସ ଜଡ଼ିତ !!

          ନେତ୍ର ଦେଖୁଛି ଏଥର..........( ୫ )


ସତେ କି ଜନ୍ମ ଦୃଷ୍ଟ ନିବାରଣେ

ଦୃଷ୍ଟ ଭ୍ରଷ୍ଟାଚାରୀ ଯହିଁ 

ଅସ୍ତ୍ର ଡିଜିଟାଲ ବ୍ରହ୍ମ ଅସ୍ତ୍ର ତାଙ୍କ 

ଅନ୍ୟାୟୀ ଦମନ ତହିଁ !!

         ନେତ୍ର ଦେଖୁଛି ଏଥର.........( ୬ )


ଅସମ୍ଭବ  ସବୁ ସମ୍ଭବ କରିଲେ

କଲେ ଶକ୍ତିଶାଳୀ ରାଷ୍ଟ୍ର

ଅତ୍ୟାଧୁନିକ ଟି କରିଲେ ସୈନିକ 

କମ୍ପୁଛନ୍ତି ଆଜି ଭ୍ରଷ୍ଟ !!

         ନେତ୍ର ଦେଖୁଛି ଏଥର.........( ୭ )


ଏକ ପୁତ୍ର ବାନ୍ଧି ଦେଲେ ଟି ରାଷ୍ଟ୍ରକୁ 

ପରା ସେ ମହାନାୟକ

ସ୍ବାଧୀନ ସୁବିଧା ଦେଲେ ଗାଆଁ ଗାଆଁ 

ଦେଖିଣ ବିଶ୍ଵ ଅବାକ୍ !!

        ନେତ୍ର ଦେଖୁଛି ଏଥର...........( ୮ )


ସବୁ ସୁବିଧା ରେ ପୂର୍ଣ୍ଣ କଲେ ଗାଆଁ

ସହର ପରିଟି ଦୃଶ୍ୟ

ବିକାଶ ମାର୍ଗରେ ଗାଆଁ ର ଜନତା

ଦିଶୁଛି ଗାଆଁ ବିକାଶ !!

       ନେତ୍ର ଦେଖୁଛି ଏଥର...........( ୯ )


ନୂଆ ରାମଙ୍କର ମନ୍ଦିର ନିର୍ମିତ

ନାହିଁ ପଟାନ୍ତର ତାର

ସଂସଦ ଭବନ ନିର୍ମିତ କରିଲେ 

ଉଦଘାଟନ ଟି ଯାର !!

      ନେତ୍ର ଦେଖୁଛି ଏଥର...........(୧୦)


ସବୁ ସୁବିଧାର ଧ୍ୟାନକୁ ରଖିଣ

କରିଛନ୍ତି ଟି ନିର୍ମିତ

ପରାଧୀନ ଚିହ୍ନ ନ ରଖିବେ ଆଉ

ଏହୁତ ନୂଆ ଭାରତ !!

      ନେତ୍ର ଦେଖୁଛି ଏଥର...........(୧୧)


ନୂଆ କଳେବର ନୂଆ ଆବିଷ୍କାର

ନୂତନ ଉମଙ୍ଗ ଏବେ

ଦୁନିଆ ବୁଝୁଛି ରାଷ୍ଟ୍ର ପରାକ୍ରମ

ଭାରତ କଥାରେ ସର୍ବେ !!

      ନେତ୍ର ଦେଖୁଛି ଏଥର.........(୧୨)


ଅଟେ ଟି ସେଙ୍ଗୋଲ ପ୍ରତୀକ ସତ୍ତାର

ସ୍ବାଧୀନର ଚିହ୍ନ ଏହି 

ସ୍ଥାପିତ ହୋଇବ ନୂଆ ସଂସଦରେ

ଜାଣି ନଥିଲେ ଟି କେହି !!

      ନେତ୍ର ଦେଖୁଛି ଏଥର.........(୧୩)


ରାଜଦଣ୍ଡ ନାମେ ନାମିତ ଏହାର

ହେଉ ନେତା ଅବା ମନ୍ତ୍ରୀ

କଲେ ଅପରାଧ ଦଣ୍ଡିତ ନିଶ୍ଚୟ

ଏହୁ ଶା ସ ନ ର ତନ୍ତ୍ରୀ !!

      ନେତ୍ର ଦେଖୁଛି ଏଥର.........(୧୪)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract