STORYMIRROR

Binodini Dash

Abstract Inspirational

4  

Binodini Dash

Abstract Inspirational

କାହିଁକି ଆସିଛୁ ମନ କିସ ନେବା ପାଇଁ

କାହିଁକି ଆସିଛୁ ମନ କିସ ନେବା ପାଇଁ

1 min
367


କାହିଁକି ଆସିଛୁ ମନ କିସ ନେବା ପାଇଁ ରେ

ଆସିଥିଲୁ ଖାଲି ହାତେ ଯିବୁ ଶୂନ୍ୟ ହୋଇ ରେ । (୦)


ସବୁ ମୋର ମୋର ବୋଲି ତା' ପଛରେ ଗୋଡ଼ାଇ

ନିତି ବାଟ ଚାଲୁଥାଉ ବାଇଆ ପ୍ରାୟ ହୋଇ

ଅର୍ଜିଥିବା ଧନଜନ କିଛି ନୁହେଁ ତୋହର

ତା' କେବଳ ଏକ ଏକ ଶିକୁଳି ଜୀବନର

ମୋହ ତେଜି ଜୀବ ପାଇଁ ସୁପଥକୁ ବର ରେ । (୧)


ଅଢେଇ ଦିନିଆ ପରା ମଣିଷର ଜୀବନ

ବାଣ୍ଟି ଚାଲୁଥିବା ନିତି ସେନେହ ପ୍ରୀତି ଧନ

ତାଠରୁ ବଳି ସମ୍ପଦ ମିଳେ ନାହିଁ କାହାକୁ

ସାର୍ଥକ ଜୀବନ ତା'ର ଯେ ଭରିଛି ତାହାକୁ

ସେଥିପାଇଁ ଚଳି ଯାଅ ବିବେକ ଇଶାରାରେ । (୨)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract