କାହିଁକି ଆସିଛୁ ମନ କିସ ନେବା ପାଇଁ
କାହିଁକି ଆସିଛୁ ମନ କିସ ନେବା ପାଇଁ
କାହିଁକି ଆସିଛୁ ମନ କିସ ନେବା ପାଇଁ ରେ
ଆସିଥିଲୁ ଖାଲି ହାତେ ଯିବୁ ଶୂନ୍ୟ ହୋଇ ରେ । (୦)
ସବୁ ମୋର ମୋର ବୋଲି ତା' ପଛରେ ଗୋଡ଼ାଇ
ନିତି ବାଟ ଚାଲୁଥାଉ ବାଇଆ ପ୍ରାୟ ହୋଇ
ଅର୍ଜିଥିବା ଧନଜନ କିଛି ନୁହେଁ ତୋହର
ତା' କେବଳ ଏକ ଏକ ଶିକୁଳି ଜୀବନର
ମୋହ ତେଜି ଜୀବ ପାଇଁ ସୁପଥକୁ ବର ରେ । (୧)
ଅଢେଇ ଦିନିଆ ପରା ମଣିଷର ଜୀବନ
ବାଣ୍ଟି ଚାଲୁଥିବା ନିତି ସେନେହ ପ୍ରୀତି ଧନ
ତାଠରୁ ବଳି ସମ୍ପଦ ମିଳେ ନାହିଁ କାହାକୁ
ସାର୍ଥକ ଜୀବନ ତା'ର ଯେ ଭରିଛି ତାହାକୁ
ସେଥିପାଇଁ ଚଳି ଯାଅ ବିବେକ ଇଶାରାରେ । (୨)