STORYMIRROR

padmaja pati

Abstract

4  

padmaja pati

Abstract

ପରିବାର

ପରିବାର

1 min
344

ଶାନ୍ତି, ମୈତ୍ରୀ, ପ୍ରୀତି, ସ୍ନେହ ଶ୍ରଦ୍ଧା ରଜ୍ଜୁ

ଅଟନ୍ତି ଯା'ର ଆଧାର

ବୈକୁଣ୍ଠପୁରୀ ସେ ମର୍ତ୍ତ୍ୟମଣ୍ଡଳର

କହୁ ଆମେ ପରିବାର।

ବାପା,ମାଆ, ଭାଇ, ଭଉଣୀ, ପିଉସୀ

ଜେଜେ ମାଆ, ଜେଜେବାପା

ଅଟନ୍ତି ସଦସ୍ୟ ବଡ଼ ମାଆ ସହ

କକା,ଖୁଡି,ବଡ଼ ବାପା।

ସୁଖରେ ଆମର ହସନ୍ତି ସଭିଏଁ

ଦୁଃଖରେ ହୁଅନ୍ତି ଘାରି

ସାରା ସଂସାରରେ ଖୋଜିଲେ ନ ମିଳେ

ଆମ ପରିବାର ପରି।

କିନ୍ତୁ ସହଯୋଗ ସଭିଙ୍କର ଲୋଡା

କରିବାକୁ ତାକୁ ସୁଖୀ 

ଅଳସୁଆ ପଣ, ମତ ମତାନ୍ତର

କରିଦିଏ ଚିର ଦୁଃଖୀ।

ଉତ୍ତମ ସମାଜ ଗଢ଼ିବା ପାଇଁ ଯେ

ଅଟେ ସେ ତ ଏକ ସୌଧ

ନୈତିକତା ଶିକ୍ଷା ମିଳଇ, ବଢ଼ଇ

ମାନବିକ ମୂଲ୍ୟବୋଧ।

ଗୋଟିଏ ଗୋଟିଏ ପରିବାର ନେଇ

ବିଶ୍ଵ ପରିବାର ପରା 

ଲାଗଇ ସରସ, ସୁନ୍ଦର, ମଧୁର

ପ୍ରିୟ,ପରିଜନ ଭରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract