STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ନାଶ ହୋଇଥାଏ କାହିଁକି

ନାଶ ହୋଇଥାଏ କାହିଁକି

1 min
297


ଜୁଆ ଖେଳାଳିର ଧନ ନାଶ ହେବ

   କ୍ରୋଧରେ ବୁଦ୍ଧିର ନାଶ

ରୂପ ଧରିଥିଲେ ଖରାରେ ନ ବୁଲି

   ଛାଇରେ ନିହାତି ବସ।୧

କଳି କରିବନି ଘର ନାଶ ହେବ

   ସନ୍ଦେହରେ ମନ ନାଶ

ମିଛ କହୁଥିଲେ ବନ୍ଧୁ ନାଶ ହେବ

   ସ୍ବାର୍ଥରେ ମଣିଷ ଧ୍ବଂସ?୨

ରୋଗେ ପଡି଼ଗଲେ ବଳ ନାଶ ହୁଏ

   ଖେଳିଲେ ସମୟ ନାଶ

କାମ ନ କରିକି ହେଳା କରୁଥିଲେ

  ବିଦ୍ଯା କି ହୋଇବ ବଶ?୩

ଲୋଭଟା ମୃତ୍ଯୁର କାରଣ ସାଜଇ

  ସଂସାରେ ଯେମିତି ବିଷ

କାମନା ଦୋଳିରେ ନିତି ବସୁଥିଲେ

   ରକ୍ତ ହୋଇଯିବ ଧ୍ବଂସ।୪

କହିଗଲି ଯାହା ତୁମର ପାଖରେ

   ଥରେ ତ ପରୀକ୍ଷା କର

ସତ୍ଯ ଯଦି ଥିବ ଅବଶ୍ଯ ସଭିଏଁ

  ତାଙ୍କୁ କି କରିବ ଦୂର?୫

ନିଜର ଅଥବା ଜଗତ କଲ୍ଯାଣ

   କରିବାକୁ ଚାହୁଁଥିଲେ

ସତ୍ଯର ମଙ୍ଗକୁ ଦୂର ନ କରିବ

 ମିଥ୍ଯାକୁ ଦୂରେଇ ଭଲେ।୬

ସତ୍ଯ ଆଉ ମିଥା ଏହି ଦ୍ବୟଙ୍କର

   ରାଜତ୍ବ ହିଁ ଯୁଗେଯୁଗେ

ସତ୍ଯରେ ଆନନ୍ଦ ମିଥ୍ଯା ନିରାନନ୍ଦ

   ସର୍ବଦା କିଏ ନ ଭୋଗେ?୭

ଧର୍ମର ହାଟରେ ଅଧର୍ମ ରାଜତ୍ବ

   କରି ହେଉଥାଏ ଖୁସି

ଶେଷରେ ନିଶ୍ଚୟ ପରାଜୟ ହୋଇ

   ମୁଖରେ ପାରେକି ହସି?୮

ଅନୁରୋଧ ମୋର ହେ ମର୍ତ୍ତ୍ଯ ମାନବ

   ନାଶରୁ ଦୂରେଇ ରହି

କର୍ମ ସମ୍ପାଦନ ଯଦି କରୁଥିବ

   ସଫଳ ପାଇବ ସେହି।୯

ନାଶ ଯୁଗେଯୁଗେ ରହିଛି ରହିବ

   ଧରିକି ପାରିବ ତାକୁ

ମୃତ୍ଯୁର କୋଳରେ ହଜିବା ନିଶ୍ଚିତ

   ଜନ୍ମିତ ଧରଣୀ ବୁକୁ।୧୦

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract