STORYMIRROR

Jayashree Das

Abstract

4  

Jayashree Das

Abstract

ଆହେ ! ଚକାଡୋଳା

ଆହେ ! ଚକାଡୋଳା

1 min
392


ଚକାଡୋଳା ଆହେ ଚକାଡୋଳା

   ପ୍ରଭୁ ତୁମର ଏ କେଉଁ ଲୀଳା

ନିରୀହ ଜନଙ୍କୁ ବିପଦେ ପକାଇ

   ଅଣସରେ ଲୁଚ କାହିଁ ଭଲା .।


ତୁମେ ସୃଷ୍ଟି ତୁମେ ସ୍ରଷ୍ଟା ପରା

  ଇଙ୍ଗିତେ ନାଚଇ ଏହି ଧରା

କି ଦୋଷ କରିଲେ ବିଚରା ଜନତା

  ପରିବାର ହେଲା ବେସାହାରା .।


ବାଟରେ ବସାଇ ଥିଲ ଯମକୁ

  ଫେରିଲେନି ଆଉ କେହି ଘରକୁ

ଅପନ୍ତରା ଯାଗା ଦୁର୍ଘଟଣା ସ୍ଥାନେ

  ନିର୍ମମ ଭାବରେ ନେଲ ପ୍ରାଣକୁ.।


ତୁମେ ପରା ପ୍ରଭୁ କରୁଣାକର

  ଏହି କଣ ତୁମ ନ୍ୟାୟ ବିଚାର

ମଙ୍ଗଳ କରତା ତୁମେ ନାରାୟଣ

  ସଭିଙ୍କୁ କରିଲ କି ନାରଖାର .।


ଚିହ୍ନି ହେଲାନାହିଁ ଶବ କାହାର

  ହାତ ଗୋଡ଼ ନାହିଁ ପଡେ ଶରୀର

ମୁଣ୍ଡ ନାହିଁ ଗଣ୍ଡି ପଡିଛି ତଳ

   ବିଭତ୍ସ ଏ ଦୃଶ୍ୟ କାନ୍ଦେ ଅନ୍ତର.।


ସାରା ବିଶ୍ୱ ଆତଙ୍କରେ ଥରଇ

  ଓଡିଶା ଅଟଇ ତୁମରି ଭୂଇଁ

କାହିଁ ଗଲା ତୁମ ସୁଦରଶନ

  ବିପଦକୁ ପ୍ରଭୁ ଟାଳିଲ ନାହିଁ .।


ଅକାରଣେ ଏତେ ଜୀବନ ଗଲା

  କଳଙ୍କ ତୁମରି ମୁଣ୍ଡେ ଲାଗିଲା

ତଥାପି ଲୁଚିଛ ତାଟି ପକାଇ

   ଶୁଭୁନି କି ଡାକ ହେଲଣି କାଲା .।


ବାହାରକୁ ଆସ ଭଉଣୀ ଭାଈ

   ଜ୍ୱର ଥାଉ ପଛେ ଦେହ ଘୋଡାଇ

କରିଦିଅ ପ୍ରଭୁ ଚମତକାର

   ଅମର ଆତ୍ମାଙ୍କୁ ନିଅ କୋଳେଇ .।


ଧର୍ଯ୍ୟ ଦିଅ ଦୁଃଖ ସହିବାପାଇଁ

   ବଞ୍ଚିଛନ୍ତି ସିନା ଜୀବନ ନାହିଁ

ସବୁ ଅନାଥଙ୍କୁ ସାହା ହୁଅ ପ୍ରଭୁ

   ଓଠରେ ତାଙ୍କର ହସ ଖେଳେଇ .।


ତୁମେ ଯିବ ତୁମ ଜନ୍ମବେଦୀକୁ

  ପୁଅ ଫେରିବନି ମା କୋଳକୁ

ବାହାନଗା ଠାରେ ଗଲା ଯେଉଁ ପ୍ରାଣ

  ଆସିବେନି ସିଏ ଆଉ ଘରକୁ .।


ଦୁଃଖ ଦେଇ ତୁମେ କେମିତି ହସ

   ରଥ ଗଡିବ କି ଏହି ବରଷ

ଓଡିଶା କାନ୍ଦୁଛି କାନ୍ଦେ ପୁରସ୍ତମ

  କାନ୍ଦୁଅଛି ଦେଖ ଏ ସାରା ବିଶ୍ୱ .।


ପତିତପାବନ ନାମ ତୁମର

  ସାର୍ଥକ କର ହେ ନୀଳ ସୁନ୍ଦର

ବିଶ୍ୱର ଦେବତା ଜଗତର ନାଥ 

  ସାରା ବିଶ୍ୱରୁ ଦୁଃଖକୁ ହରଣ କର .।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract