STORYMIRROR

Pravatirani Mohanty

Abstract

4  

Pravatirani Mohanty

Abstract

ସ୍ମୃତି

ସ୍ମୃତି

1 min
392


ସ୍ମୃତି ବାଣ୍ଟୁଅଛି ହଜିଲା ଠିକଣା

  କିଛି କିଛି ଭୁଲି ଯାଇଛି

ଆଉ ଯାହା ଅଛି ଜୀବନ ମଲାଟେ

   ସାଇତି ତାହାକୁ ରଖିଛି ।

ଏଡିକି ଅବୁଝା କାହଁକି କେଜାଣି

   ନ ଡାକିଲେ ପଶେ ଧସେଇ

ଆଉ କେବେ କେବେ ହୃଦୟ ଭିତରେ

  ଚେତନକୁ ଦିଏ ଜଗାଇ ।

ମନ ଆଇନରେ କ୍ଷଣିକେ ଅନ୍ତର 

   ଧରିରଖି ତାକୁ ପାରେନା

ମୋ ଜୀବନ ସାଥି ସିଏ ଏକା ମୋର

  ସତ ବିନା ମିଛ କୁହେନା ।

ଚିର ଅପାସୋରା ଚିର ବନ୍ଦନୀୟା

   ସିଏ ମୋ ପରଣ ଇଶ୍ୱର

ଭୁଲି ଯିବି ଯଦି ବଞ୍ଚି କି ପାରିବି

   ଜାଣିଛି ସେ କେଉଁ ମନ୍ତର।

ସାତ ରଙ୍ଗେ ସିଏ ଭିଯାଇଛି ମୋତେ

  ତାକୁ କେବେ ଭୁଲି ପାରେନା

ମୋ ମନର ନୀଳ ଜଳ ରାଶି ପରେ

   ସ୍ମୃତି ରୁପା ଜହ୍ନ ଆଇନା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract